ରାଉରକେଲା : ଟ୍ରାକ୍ଟରରୁ ଅଲଗା ହୋଇଗଲା ପାଣି ଟ୍ୟାଙ୍କର।। ଟ୍ରାକ୍ଟରର ରଡ଼ ପଶି ଯିବାରୁ ଯୁବକଙ୍କ ମୃତ୍ୟୁ।। ବେଦବ୍ୟାସ ଟିସିଆଇ ଛକ ନିକଟରେ ଦୁର୍ଘଟଣା।
ରାଉରକେଲା : ୭/୯ (ସତ୍ୟାନ୍ୟୁଜ) ମୃତ୍ୟୁ ଏମିତିବି ଆସେ। ଜଣେ ପଡୋଶୀ ବୟସ୍କା ମହିଳାଙ୍କ ଦାହ ସଂସ୍କାର କରିବାକୁ କେତେଜଣ ଯୁବକ ଯାଉଥିଲେ ବେଦବ୍ୟାସ ସ୍ଵର୍ଗଦ୍ୱାର। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ରାଉରକେଲା ବେଦବ୍ୟାସ ଟିସିଆଇ ଛକ ନିକଟରେ ଏକ ଟ୍ରାକ୍ଟର ପାଣି ଟ୍ୟାଙ୍କରର ରଡ଼ ପଶି ଯିବାରୁ ବାଇକ ରେ ଯାଉଥିବା ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଟିମ୍ବର କଲୋନୀର ସନ୍ତୋଷ ଶର୍ମା। ବାଇକ ରେ ବସିଥିବା ଅନ୍ୟଜଣେ ଯୁବକ ଭିକି ଯାଦବ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଟିସିଆଇ ଛକ ଠାରେ ଏକ ଟ୍ରାକ୍ଟର ପାଣି ଟ୍ୟାଙ୍କର ନେଇ ଯାଉଥିବା ବେଳେ ଟ୍ରାକ୍ଟର ଠାରୁ ପାଣି ଟ୍ୟାଙ୍କର ଅଲଗା ହୋଇ ଯାଇଥିଲା। ସେହି ସମୟରେ ପଛରୁ ବାଇକରେ ଯାଉଥିବା ସନ୍ତୋଷଙ୍କ ଛାତିରେ ଲୁହା ପାଇପ ପଶି ଯାଇଥିଲା। ସନ୍ତୋଷ ଏବଂ ବିକି ବାଇକରୁ ପଡି ଯାଇଥିଲେ। ବିକି ଆହତ ହୋଇଥିବା ବେଳେ ସନ୍ତୋଷକୁ ଜେପି ହସ୍ପିଟାଲ ନିଆ ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ପୋଲିସ ଟ୍ରାକ୍ଟରକୁ ଜବତ କରି ତଦନ୍ତ କରୁଛନ୍ତି।