ସୁନ୍ଦରଗଡ : ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ ରେ ଏକ ମାସ ହେଲା ୪ଟି ଦନ୍ତାଙ୍କ ଉପଦ୍ରଵ।। ଘର ଭାଙ୍ଗିବା ସହ ଧାନ , ଚାଉଳ ଖାଇ ଯାଉଛନ୍ତି।

0 370

ସୁନ୍ଦରଗଡ଼: ୬/୯ (ସତ୍ୟାନ୍ୟୁଜ) ପାଖାପାଖି ଏକ ମାସ ବିରତି ପରେ ପୁଣି ଗାଁ ମୁହାଁ ହାତୀପଲ୍ଲ । ଏହି ୪ ଟିକିଆ ଦନ୍ତାହାତୀ ପଲ୍ଲ ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜର କିଞ୍ଜୀର୍ମା, ମହୁଲଜୋର ଏବଂ ଘଣ୍ଟିବୁଡ ଅଞ୍ଚଳରେ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଗତ ଏକ ମାସ ରୁ ଅଧିକ ସମୟ ହେଲା ଏହି ଅଞ୍ଚଳ ରେ ରହି ଆତଙ୍କ ଖେଳାଇଛନ୍ତି ଦନ୍ତା ହାତୀପଲ୍ଲ । ଦିନ ବେଳା ନିକଟସ୍ଥ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ପୂର୍ବରୁ ମହୁଲାଯୋର ଗାଁ ରେ ସାତ ଟି ଘର ଭାଙ୍ଗିଥିବା ବେଳେ ମଙ୍ଗଳବାର ରାତିରେ ପୁଣି ୪ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଦେଇଛନ୍ତି । ଜଙ୍ଗଲ ବିଭାଗ ମଧ୍ୟ ହାତୀପଲ୍ଲଙ୍କୁ ଘଉଡାଇବା କୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଏକ ମାସ ହେଲା ଦନ୍ତା ହାତୀଙ୍କ ଉପଦ୍ରବରେ ଗ୍ରାମବାସୀ ମାନେ ରାତି ସାରା ଉଜାଗର ରହୁଛନ୍ତି।

Leave A Reply

Your email address will not be published.