ରାଉରକେଲା : ସହରର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀରେ ବିଭିନ୍ନ କାର୍ଯ୍ୟକ୍ରମର ଅୟୋଜନ।। ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।

0 342

ରାଉରକେଲା : ୬/୯ (ସତ୍ୟାନ୍ୟୁଜ) ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ। ଏନେଇ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାନ ଅୟୋଜନ କରାଯାଇଛି। ସକାଳୁ ସକାଳୁ ରାଧାକୃଷ୍ଣଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଲମ୍ବା ଲାଇନ ଲାଗିଛି। ହନୁମାନ ବାଟିକା ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଲାଗି ରହିଛି। ସେହିପରି ଇଶକନ୍ ପକ୍ଷରୁ ହନୁମାନ ବାଟିକାରେ ଥିବା ତ୍ରିଶକ୍ତି ଧାମ ରେ ମଧ୍ୟ ଜନ୍ମାଷ୍ଟମୀ ପାଳନ କରାଯାଉଛି। ଏହା ତିନିଦିନ ଧରି ଚାଲିବ। ଜନ୍ମାଷ୍ଟମୀ ପରିପ୍ରେକ୍ଷୀରେ କୃଷ୍ଣ ଚେତନା ଉପରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରା ଯାଇଥିବା ବେଳେ ଆସନ୍ତାକାଲି ନନ୍ଦତ୍ସବ ପାଳନ କରାଯିବ।

Leave A Reply

Your email address will not be published.