ରାଉରକେଲା : ସିଆଇଟିୟୁ ର ତିନିଦିନିଆ ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ।। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।

0 323

ରାଉରକେଲା : ୪/୯ (ସତ୍ୟାନ୍ୟୁଜ) ଶ୍ରମିକ ସଙ୍ଗଠନ ସିଆଇଟିୟୁ ର ତିନିଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଦିନ ରାଉରକେଲାରେ ଆରମ୍ଭ ହୋଇଛି। ସହରର ହୋଟେଲ ରାଧିକା ରିଜେନ୍ସିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଜନବିରୋଧି , କୃଷକ ବିରୋଧୀ ଏବଂ ଶ୍ରମିକ ବିରୋଧୀ ନୀତି ବାବଦରେ ଆଲୋଚନା କରାଯାଉଛି। କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ଜନ ଆନ୍ଦୋଳନ ଓ ଶ୍ରମିକ ଆନ୍ଦୋଳନ ତୀବ୍ର ହେଉଥିବାରୁ ସରକାର ଏଥିରୁ ଲୋକଙ୍କ ଦୃଷ୍ଟି ଏଡାଇବାକୁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ବିମୁଦ୍ରୀକରଣ, ଆଦିବାସୀଙ୍କ ଜଙ୍ଗଲ ଜମିରୁ ଅଧିକାର ହଟାଇବା ପାଇଁ ଜଙ୍ଗଲ ଆଇନ, ନୂତନ କୃଷି ଆଇନ୍ ଆଦି କରାଯାଇଛି ବୋଲି ସିଆଇଟିୟୁ ତରଫରୁ ଅଭିଯୋଗ କରାଯାଇଛି | ଏହି ବୈଠକରେ ସିଆଇଟିୟୁର ରାଷ୍ଟ୍ରୀୟ ସଭାନେତ୍ରୀ କେ. ହେମଲତା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତପନ ସେନପ୍ରମୁଖଙ୍କ ସମେତ ସିଆଇଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ପ୍ରମୁଖ ଯୋଗ ଦେଇଛନ୍ତି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ।

Leave A Reply

Your email address will not be published.