ରାଉରକେଲା : କ୍ଷତିପୂରଣ ଦାବିରେ ଏଆରଏମ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।। ବନ୍ଧମୁଣ୍ଡା ନେପାଳୀ ବସ୍ତି ଲୋକଙ୍କ ବିକ୍ଷୋଭ।
ରାଉରକେଲା : ୪/୯ (ସତ୍ୟାନ୍ୟୁଜ) ରେଳବାଇ ପକ୍ଷରୁ ବନ୍ଧମୁଣ୍ଡା ନେପାଳି ବସ୍ତିରେ ଏକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବେଆଇନ ଭାବେ ଜମି ଅଧିଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଛି। ରେଳବାଇ କର୍ତ୍ତୃପକ୍ଷ ଅନାଧିକାର ଭାବେ ନେପାଳୀ ବସ୍ତିରେ ବହୁ ଲୋକଙ୍କ ଘର ଭାଙ୍ଗି ଦେଇଥିଲେ। କ୍ଷତିପୂରଣ ଦାବିରେ ସୋମବାର ଦିନ ସ୍ଥାନୀୟ ଲୋକମାନେ ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ବନ୍ଧମୁଣ୍ଡା
ଏମଆରଏମ୍ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏ ବାବଦରେ ଏଆରଏମ୍ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିଲା। ସୂଚନାଯୋଗ୍ୟଯେ କିଛିଦିନ ପୂର୍ବରୁ ବସ୍ତିର ଲୋକ ମାନଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ ମାପଚୁପ କରା ଯାଇଥିଲା। ରେଳବାଇ ନିଜ ଜମି ଛଡା ରାଜ୍ୟ ସରକାରଙ୍କ ଜମିରେ ପ୍ରକଳ୍ପ କରୁ ଥିବାରୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆ ଯାଇଥିଲା।