ବଣାଇ : ଗୁରୁଣ୍ଡିଆ ବ୍ଲକ ଏସ୍ ଏସ୍ ଡି ସ୍କୁଲରେ ଶିକ୍ଷକ ଅଭାବ ଅଭିଯୋଗ।। ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀ ମାନଙ୍କ ବିକ୍ଷୋଭ।

0 331

ବଣାଇ : ୧/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରେ ଥିବା SSD ସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ। ପ୍ରତିବାଦରେ ସ୍କୁଲର ଛାତ୍ରୀ ମାନେ ଆଜି ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ। ଶିକ୍ଷକ ନିଯୁକ୍ତି ସହ ପ୍ରିନସିପାଲ୍ ଙ୍କ ବଦଳି ମଧ୍ୟ ଦାବୀ କରିଛନ୍ତି ଛତ୍ରୀ ମାନେ। ନୂତନ ଶିକ୍ଷକ ନିଯୁକ୍ତି ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଥିବା ପ୍ରିନ୍ସିପାଲ୍ କହିଛନ୍ତି। ଏହାଛଡା ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆ ଯାଇଥିଲେ ମଧ୍ୟ ସେମାନେ କାମରେ ଯୋଗ ଦେଉ ନଥିବା କହିଛନ୍ତି ପ୍ରିନ୍ସିପାଲ୍।

Leave A Reply

Your email address will not be published.