ରାଇରଙ୍ଗପୁର : ଏଲ୍ ଆଇ ସି ର ୬୭ ତମ ବାର୍ଷିକ ଉତ୍ସବ ଏବଂ ବୀମା ସପ୍ତାହ ପାଳିତ।

0 319

ରାଇରଙ୍ଗପୁର : ୧/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁରଏଲଆଇସି କାର୍ଯ୍ୟାଳୟ ପରିସରରେ ୬୭ତମ ବାର୍ଷିକ ସମାରୋହ ଓ ବୀମା ସପ୍ତାହ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଚିତ୍ତରଂଜନ ମହାନ୍ତ ଯୋଗ ଦେଇ ଏଲଆଇସିର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଏଲଆଇସି ଲୋକମାନଙ୍କୁ ସୁରକ୍ଷା ଦେବା ସହ ଦେଶର ଉନ୍ନତିରେ ସହାୟକ ହୋଇଥାଏ | ସମ୍ମାନିତ ଅତିଥି ରୂପେ ଆଇଡିବିଆଇ ବ୍ୟାଙ୍କ ମ୍ୟାନେଜର ଚନ୍ଦନ କୁମାର ଚକ୍ରବର୍ତ୍ତୀ ଯୋଗ ଦେଇ ସେ ଏଲଆଇସି ସହ ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶ୍ବସନା ଦେଇଥିଲେ। ରାଇରଙ୍ଗପୁର ଏଲଆଇସି ବ୍ରାଞ୍ଚ ମ୍ୟାନେଜର ବିରାମ ଚନ୍ଦ୍ର ମରାଣ୍ଡି ସଭାପତିତ୍ବ କରିଥିବା ବେଳେ ଏଡମିନିଷ୍ଟ୍ରେଟିଭ ଅଫିସର ମାନସିଂହ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ | ସୂଚନାଯୋଗ୍ୟ,ଏଲଆଇସି ପ୍ରଥମ ସେପ୍ଟଟେମ୍ବର ୧୯୫୬ ରେ ଜାତୀୟକରଣ ହେଲା। ଏହାର ଆଜି ୬୭ ବର୍ଷ ପୂର୍ତ୍ତୀ ଅବସରରେ ବାର୍ଷିକ ଉତ୍ସବ ଓ ବୀମା ସପ୍ତାହ ପାଳନ କରାଯାଉଅଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଫିସର ଡିଓ ଉଦୟନାଥ ମାର୍ଣ୍ଡି ସହିତ ଅନ୍ୟାନ୍ୟ କର୍ମକର୍ତ୍ତା, ଏଲଆଇସି ଏଜେଣ୍ଟ ତଥା ବହୁ ସଂଖ୍ୟାରେ ଗ୍ରାହକ ଉପସ୍ଥିତ ଥିଲେ।

Leave A Reply

Your email address will not be published.