ସୁନ୍ଦରଗଡ : ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବୋର୍ଡ ଅଫ ଟ୍ରଷ୍ଟିର ଦଶମ ବୈଠକ ଅନୁଷ୍ଠିତ।। ୯ମ ଏବଂ ୧୦ମ ଛାତ୍ରଛାତ୍ରୀଙ୍କୁ ମାଗଣା ପୁସ୍ତକ ବଣ୍ଟନ।
ସୁନ୍ଦରଗଡ : ୩୧/୮ (ସତ୍ୟାନ୍ୟୁଜ) ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡର ବୋର୍ଡ ଅଫ ଟ୍ରଷ୍ଟିର ଦଶମ ବୈଠକ ସ୍ଥାନୀୟ ସଦଭାବନା ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟର ଗତ ଛଅ ମାସର କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିବାବେଳେ ଆଗାମୀ ଦିନରେ ଏହି ପ୍ରତିଷ୍ଠାନ ଦ୍ୱାରା ନିଆଯିବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକ ବିଷୟରେ ବ୍ୟାପକ ଆଲୋଚନା କରାଯାଇଛି ।
ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ଚେୟାରମ୍ୟାନ ଡ. ପରାଗ ହର୍ଷଦ ଗାଭାଲୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ସୁନ୍ଦରଗଡ ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ, ମାନ୍ୟବର ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ମାନ୍ୟବର ରାଜଗାଂଗପୁର ବିଧାୟକ ଡ.ସ.ିଏସ୍ ରାଜେନ ଏକ୍କା, , ମାନ୍ୟବର ବଣାଇ ବିଧାୟକ, ଶ୍ରୀଯୁକ୍ତ ଲଷ୍ମଣ ମୁଣ୍ଡା, ମାନ୍ୟବର ବୀରମିତ୍ରପୁର ବିଧାୟକ ଶ୍ରୀଯୁକ୍ତ ଶଙ୍କର ଓରାମ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ର୍ନିବାହୀ ଅଧିକାରୀ ସୁନ୍ଦରଗଡ ଜିଲ୍ଲା ପରିଷଦ ଶ୍ରୀ ମନୋଜ ମହାଜନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟର ସିିଇଓ ଶ୍ରୀମତୀ ସୁଷମା ବିଲୁଙ୍ଗ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନାରାୟଣ ସାହୁ ତଥା ଜିଲାର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।
ଏହି ବୈଠକରେ ଜିଲାର ବିଭିନ୍ନ ଏଜେନ୍ସୀ ଦ୍ୱାରା ଡିଏମଏଫ ପାଣ୍ଠିରେ ଚାଲୁଥବା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯାଇ ଏହାକୁ କିପରି ଅଧିକ ଲୋକଭାୀମୁଖି ଏବଂ ପ୍ରଭାବଶାଳୀ କରାଯିବ ସେନେଇ ବିସ୍ଥୃତ ଆଲୋଚନା ହୋଇଥିଲା । ଉପସ୍ଥିତ ମାନ୍ୟବର ସାଂସଦ ଏବଂ ମାନ୍ୟବର ବିଧାୟକ ଏନେଇ ନିଜ ନିଜର ମତ ବ୍ୟକ୍ତ କରିଥିଲେ ।
ଏହି ଅବସରରେ ଡିଏମଏଫ ତରଫରୁ ବିଗତ ଦିନମାନଙ୍କରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ଗୁଡିକ ବିଷୟରେ ଡିଏମଏଫର ସିଇଓ ଶ୍ରୀମତୀ ସୁଷମା ବିଲୁଙ୍ଗ ଉପସ୍ଥିତ ଟ୍ରଷ୍ଟ ବୋର୍ଡ ସଦସ୍ୟମାନଙ୍କୁ ବିସ୍ତାରରେ ଉପସ୍ଥାପନ କରିଥିଲେ ଏବଂ ପ୍ରକଳ୍ପକୁ ନେଇ ଉପସ୍ଥିତ ବୋର୍ଡ ସଦସ୍ୟମାନଙ୍କର ପ୍ରଶ୍ନର ଉତ୍ତର ରଖିଥିଲେ ।
ବୈଠକରେ ବିଗତ ଦିନରେ ଆରମ୍ଭ ହୋଇଥିବା ୭୪୨ ଗୋଟି ପ୍ରକଳ୍ପ ପାଇଁ ୨୧୩୪ କୋଟି ବ୍ୟୟବରାଦକୁ ଅନୁମତି ଦିଆଯାଇଥିବାବେଳେ ୨୪୮୦ କୋଟି ବ୍ୟୟରେ ଆରମ୍ଭ ହେବାକୁ ଥିବା ନୂଆ ପ୍ରକଳ୍ପ ଯଥା ପଂଚାୟତ ସ୍ତରରେ ଖେଳ ପଡିଆ, ବିଭିନ୍ନ ଦୁର୍ଗମ ଅଂଚଳକୁ ରାସ୍ତା ନିର୍ମାଣ, ପ୍ରତି ବ୍ଲକ୍ ରେ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ, ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ କ୍ରେସ ନିର୍ମାଣ, ମହାବିଦ୍ୟାଳୟ ରୂପାନ୍ତରଣ, ଶିକ୍ଷା ଅଧିକାର ଆଇନ୍ ଅର୍ନ୍ତଗତ ୯ମ ଏବଂ ଦଶମ ଶ୍ରେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ସୃଷ୍ଟି, ପ୍ରତିଯୋଗୀତାମୂଳକ ପରୀକ୍ଷା ନିମନ୍ତେ କୋଚିଂ, ଆମ ହସପିଟାଲ, ଏସି ଏସଟି ହଷ୍ଟେଲରେ ରାଗି ଲଡୁ ବିତରଣ ବ୍ୟବସ୍ଥା , ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଅନୁସାରେ ସହାୟତା ଏବଂ ହେମଗିରି ବ୍ଲକରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ଆଦି କାର୍ଯ୍ୟ ଆଗାମୀ ଦିନରେ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା ।
ଚଳିତ ବର୍ଷଠାରୁ ଜିଲ୍ଲାର ୯ମ ଏବଂ ୧୦ମ ଶ୍ରେଣୀରେ ପଢୁଥିବା ଅଣ ସଂରକ୍ଷିତ ବର୍ଗର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଡିଏମଏଫ ତରଫରୁ ପାଠ୍ୟପୁସ୍ତକ କ୍ରୟ ଜନିତ ଖର୍ଚ୍ଚର ବ୍ୟୟଭାର ବହନ କରିବାକୁ ନିଷ୍ୱତ୍ତି ନିଆଯାଇଛି । ଏହିକ୍ରମରେ ଉପସ୍ଥିତ ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କରିଥିଲେ ।
ବୈଠକ ଶେଷରେ ଜିଲ୍ଲାପାଳ ଏହି ପ୍ରକଳ୍ପ ଗୁଡିକୁ ସଠିକ ସମୟରେ ଆନ୍ତଃ ବିଭାଗୀୟ ସମନ୍ୱୟ ରକ୍ଷା କରି ସାରିବା ସହ ଡିଏମଏଫର ଏହି ପାଣ୍ଠି ଖର୍ଚ୍ଚକୁ ଏକ ନିବେଶ ହିସାବରେ ଦେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟର ସିିଇଓ ଶ୍ରୀମତୀ ସୁଷମା ବିଲୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ