ରାଉରକେଲା : ୩୧/୮ (ସତ୍ୟାନ୍ୟୁଜ) ବିଭିନ୍ନ ଦାବି ନେଇ ଆୟୁଷ ଡାକ୍ତର ଏବଂ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି। ରାଉରକେଲା ଉତ୍କଳମଣି ହୋମିଓପ୍ୟାଥି କଲେଜର ଛାତ୍ରଛାତ୍ରୀ ମାନେ ଗେଟ୍ ରେ ତାଲା ପକାଇ ଧାରଣାରେ ବସି ଥିବାରୁ କଲେଜ ବନ୍ଦ ରହିଛି। ଦୀର୍ଘ ୨୧ ବର୍ଷ ହେଲା ଆୟୁଷ ଡାକ୍ତର ମାନଙ୍କ ସେପରି କୌଣସି ପଦବୀ ସୃଷ୍ଟି ହୋଇ ପାରିନାହିଁ। ଫଳରେ ଏହି କଲେଜ ମାନଙ୍କରୁ ପାଠ ପଢି ବାହାରୁଥିବା ଛାତ୍ରଛାତ୍ରୀଙ୍କ କୌଣସି ଭବିଷ୍ୟତ ନାହିଁ ବୋଲି ଅଭିଯୋଗ ହୋଇଛି। ସରକାର ଆୟୂଷ ଡାକ୍ତରଙ୍କ ପ୍ରତି ଅବହେଳା ନକରି ନୂତନ ପଦବୀ ସୃଷ୍ଟି କରିବା ଦାବି ହୋଇଛି।