ରାଉରକେଲା : ଟ୍ରାଫିକ ମାର୍କେଟରେ ଉଦଘାଟିତ ହେଲା ଇ-କୁଲ ବଜ଼ାର।। ସୁଲଭ ମୂଲ୍ୟରେ ମିଳୁଛି ତାଜ଼ା ଫଳ , ପନିପରିବା।

0 1,057

ରାଉରକେଲା : ୩୧/୮ (ସତ୍ୟାନ୍ୟୁଜ) ସ୍ୱାୟତ୍ତ ଶାସନ ଦିବସ ପରିପ୍ରେକ୍ଷୀରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଖୋଲା ଯାଇଛି ଇ- କୁଲ ବଜ଼ାର। ରାଉରକେଲା ଟ୍ରାଫିକ ମାର୍କେଟ ନିକଟରେ ଆଜି ଏହି ବଜ଼ାରକୁ ମହାନଗର ନିଗମ କମିଶନର ଡକ୍ତର ଶୁଭଙ୍କର ମହାପାତ୍ର ଉଦଘାଟନ କରିଛନ୍ତି। ଏହି ବଜ଼ାର ହେବା ଦ୍ୱାରା ଚାଷୀ ମାନେ ଉଚିତ ଦରରେ ସେମାନଙ୍କ ସାମଗ୍ରୀ ବିକ୍ରି କରି ପାରିବେ ଏବଂ ଗ୍ରାହକ ମାନେ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାର ତାଜା ସାମଗ୍ରୀ ପାଇ ପାରିବେ। ଏହି କୁଲ ବଜ଼ାର ର ପରିଚାଳନା ଦାଇତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି। ଏଠାରେ ପନି ପରିବା ଠାରୁ ଆରମ୍ଭ କରି ଫଳ ଶସ୍ୟ ଜାତୀୟ ସାମଗ୍ରୀ ଆଦି ରହି ବିକ୍ରି ହୋଇପାରିବ। ଏହି ଷ୍ଟୋରରେ ଫ୍ରିଜର ଲାଗି ଥିବାରୁ ବିଭିନ୍ନ ସାମଗ୍ରୀକୁ ବେଶି ଦିନ ସତେଜ ରଖାଯାଇ ପାରିବ। ସହରର ବିଭିନ୍ନ ମାର୍କେଟ ଏରିଆରେ ଆଉ ୫ଟି ଏପରି ବଜ଼ାର ଖୁବ ଶୀଘ୍ର ଖୋଲାଯିବ ବୋଲି ଆର ଏମ୍ ସି କମିଶନର କହିଛନ୍ତି।

Leave A Reply

Your email address will not be published.