ରାଉରକେଲା : ଲହୁଣିପଡାରେ ଟ୍ରକ ଚଢାଇ ଦୁଇ କିନ୍ନରଙ୍କୁ ହତ୍ୟା ଅଭିଯୋଗରେ ହାଇୱା ଡ୍ରାଇଭର ଗିରଫ।। ବିହାରରୁ ଗିରଫ କଲା ଲହୁଣୀପଡା ପୋଲିସ।

0 1,114

ରାଉରକେଲା : ୩୧/୮ ( ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଲହୁଣୀପଡାରେ ଗତ ୨୭ ତାରିଖରେ ଗାଡି ଚଢାଇ ଦୁଇ ଜଣ କିନ୍ନରଙ୍କୁ ହତ୍ୟା କରିବା ଅଭିଯୋଗରେ ଟ୍ରକ ଡ୍ରାଇଭର ପୱନ ରାଏ ଗିରଫ ହୋଇଛି। ପୱନକୁ ବିହାରରୁ ଗିରଫ କରିଛି ଲହୁଣୀପଡା ଥାନା ପୋଲିସ। ତେବେ କେଉଁ କାରଣରୁ ପୱନ କିନ୍ନରଙ୍କୁ ହତ୍ୟା କରିଛି ତାହା ତଦନ୍ତ ପରେ ଆଜି ଜଣାପଡିବ।
ସୂଚନାଯୋଗ୍ୟଯେ ଗତ ୨୭ ତାରିଖରେ ଦୁଇଜଣ କିନ୍ନର ସ୍କୁଟିରେ ଯାଉଥିବା ବେଳେ ପୱନ ଦ୍ରୁତ ଗତିରେ ଟ୍ରକ ନେଇ ୧୪୩ ନମ୍ବର ଜାତୀୟ ରାଜପଥରେ ପଛପଟୁ ସ୍କୁଟି ଉପରେ ଚଢାଇ ଦେଇଥିଲା। ଘଟଣା ସ୍ଥଳରେ ଦୁଇ କିନ୍ନର ରଥ କିଷାନ ଏବଂ ରାଜା ପାତ୍ର ମୃତ୍ୟୁ ବରଣ କରିଥିଲେ। ଘଟଣା ପରେ ପୱନ ହାଇୱା ଛାଡି ଫେରାର ହୋଇ ଯାଇଥିଲା। ଉକ୍ତ ଡ୍ରାଇଭରକୁ ଶୀଘ୍ର ଗିରଫ କରିବାକୁ କିନ୍ନର ସଙ୍ଘ ନେତ୍ରୀ ଜୋୟା ତ୍ରିପାଠୀ ଏସ୍ ପି ଙ୍କୁ ସାକ୍ଷାତ କରି ଦାବି କରିଥିଲେ। ଶେଷରେ ପୱନକୁ ବିହାରରୁ ଗିରଫ କରାଯାଇଛି।

Leave A Reply

Your email address will not be published.