ରାଉରକେଲା : ସାମ୍ବାଦିକ ପରିଚୟ ଦେଇ ଟଙ୍କା ଆଦାୟ କରିବା ଅଭିଯୋଗରେ ମାନବାଧିକାର କର୍ମୀ ଗିରଫ।।

0 1,745

ରାଉରକେଲା : ୩୧/୮ (ସତ୍ୟାନ୍ୟୁଜ) ନିଜକୁ ସାମ୍ବାଦିକ ପରିଚୟ ଦେଇ ଜଣେ ଗାଡ଼ି ଚାଳକଙ୍କୁ ଧମକଚମକ ଦେଇ ଟଙ୍କା ମାଗିବା ମହଙ୍ଗା ପଡ଼ିଛି ତଥାକଥିତ ମାନବାଧିକାର କର୍ମୀଙ୍କୁ। ଏନେଇ ରଘୁନାଥପଲ୍ଲୀ ପୁଲିସ ଥାନାରେ ଏତଲା ହୋଇଥିଲା। ଏତଲାକୁ ଭିତ୍ତିକରି ଅଭିଯୁକ୍ତ ତରକେରା ପୁରୁଣା କଲୋନିର ବିଶ୍ବଜିତ ମଲ୍ଲିକ(୩୭)ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।
ପୁଲିସ୍‌ ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନ ପ୍ରାୟ ୯ଟାରେ ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ଦକ୍ଷିଣ ବଲଣ୍ଡାର ମହମ୍ମଦ ଅସଲାମ୍‌ ଟାଟାନଗରରୁ ଏକ ପିକ୍‌ଅପ୍‌ ଭ୍ୟାନରେ ଛେଳି ନେଇ ନିଜ ଗାଁକୁ ଯାଉଥିଲେ। ତେବେ ଗାଡ଼ି ସ୍ଥାନୀୟ ତରକେରା ନିକଟରେ ଅଚଳ ହୋଇପଡ଼ିଥିଲା।କିଛି ସମୟ ପରେ ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚି ନିଜକୁ ସାମ୍ବାଦିକ ଓ ମାନବାଧିକାର କର୍ମୀ ପରିଚୟ ଦେଇଥିଲା। ପରେ ଅନୈତିକ ତଥା ଅସୁରକ୍ଷିତ ଭାବେ ଛେଳି ପରିବହନ କରୁଥିବାରୁ ୫ ହଜାର ଟଙ୍କା ଦାବି କରିଥିଲା। ଟଙ୍କା ନ ଦେଲେ ପୁଲିସକୁ ଡାକି ଗିରଫ କରେଇବାକୁ ଧମକ ଦେଇଥିଲା। ଫଳରେ ଭୟଭୀତ ଅସଲାମ ଦାବି ମୁତାବକ ୫ ହଜାର ଟଙ୍କା ଦେବାରୁ ଅଭିଯୁକ୍ତ ଗାଡ଼ି ଛାଡ଼ିବାକୁ ରାଜି ହୋଇଥିଲା। ପରେ ଗାଡ଼ି ଚାଳକ ରଘୁନାଥପଲ୍ଲୀ ଥାନାରେ ଏତଲା ଦେଇଥିଲେ। ତଦନ୍ତ କରି ପୋଲିସ ବିଶ୍ଵଜିତଙ୍କୁ ଗିରଫ କରିଛି।

Leave A Reply

Your email address will not be published.