ସୁନ୍ଦରଗଡ଼ : ବିଜୁ ଏକ୍ସପ୍ରେସ ୱେରେ ସଡକ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ।

0 408

ସୁନ୍ଦରଗଡ଼ : ୨୩/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ରେ ବୁଧବାର ଦିନ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ଭୋଜପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସାଇକେଲ ରେ ଯାଉଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ଏକ ବୋଲେରୋ ଧକ୍କା ଦେବା ଫଳରେ ବୃଦ୍ଧ ଜଣଙ୍କ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକ ହେଲେ ଭୋଜପୁର ଗାଁ ର ଶିବ ପଟେଲ । ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ କ୍ଷତିପୂରଣ ଦାବୀ ରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ଵରେ ଶହଶହ ଗାଡି ମାତ୍ର ଅଟକି ରହିଛି। ରାଉରକେଲା – ସୁନ୍ଦରଗଡ଼ ମଧ୍ୟରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜରୁଛନ୍ତି।

Leave A Reply

Your email address will not be published.