ବଣାଇ : ବେଦାନ୍ତ ଖଣି ସମ୍ମୁଖରେ ଧାରଣା ୫ ଦିନରେ।। ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବଣାଇ : ୨୨/୮ (ସତ୍ୟାନ୍ୟୁଜ) ୧୧ଦଫା ଦାବୀ ନେଇ କୋଇଡା ବେଦାନ୍ତ ଖଣି ସମ୍ମୁଖରେ ୫ ଦିନ ଧରି ଧାରଣା ଚାଲି ଥିବା ବେଳେ ଏହାର କୌଣସି ସମାଧାନ ରାସ୍ତା ବାହାରି ନାହିଁ। ମଙ୍ଗଳବାର ଦିନ ବଣାଇ ବିଧାୟକଙ୍କ ନେତୃତ୍ୱରେ ଶହଶହ କର୍ମୀ ଏକ ଶୋଭାଯାତ୍ରା ରେ ବାହାରି ବଣାଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ବିଭିନ୍ନ ଦାବି ମାନୁ ନଥିବାରୁ ଉତ୍ତେଜିତ କର୍ମୀ ମାନେ ଉପଜିଲ୍ଲାପାଳଙ୍କ ଗେଟ୍ ଠେଲି ଭିତରେ ଧସେଇ ପଶିଥିଲେ। ସ୍ଥାନୀୟ ଲୋକଙ୍କୁ ଖଣିରେ ନିଯୁକ୍ତି , ଖଣି ପ୍ରଭାବିତଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବା , ୧୦ ଶଯ୍ୟା ବିଶିଷ୍ଟ ସ୍ଥାୟୀ ମେଡ଼ିକାଲ ନିର୍ମାଣ କରି ରୋଗୀଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଆଦି ଦାବି କରାଯାଇଥିଲା। ପରେ ପ୍ରଶାସନ ସହ ବିଧାୟକ , ଖଣି କର୍ତ୍ତୃପକ୍ଷ ଏବଂ ସ୍ଥାନିୟ ଲୋକଙ୍କ ଆଲୋଚନା ହୋଇଥିଲା। କେତୋଟି ଦାବିକୁ ଖଣି କର୍ତ୍ତୃପକ୍ଷ ମାନି ନେଇଥିବା ସୂଚନା ମିଳୁଛି।