ରାଉରକେଲା : ପ୍ଲାଣ୍ଟସାଇଟ ଉର୍ଦ୍ଦୁ ସ୍କୁଲରେ ବ୍ଲଡ଼ ଗ୍ରୁପ୍ ଯାଞ୍ଚ ଶିବିର ଅୟୋଜିତ।। ୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ରକ୍ତ ଗ୍ରୁପ୍ ଯାଞ୍ଚ।

0 343

ରାଉରକେଲା : ୨୨/୮ (ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟସାଇଟ ରୋଡ଼ ସ୍ଥିତ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ଏକ ବ୍ଲଡ଼ ଗ୍ରୁପ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହସନପୁର ଉର୍ଦ୍ଦୁ ସ୍କୁଲ ଏବଂ ଆଚାର୍ଯ୍ୟ ହରିହର ସ୍କୁଲର ୫୦୦ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କ ରକ୍ତ ଯାଞ୍ଚ କରାଯାଇଥିଲା। ଲାୟନ୍ସ କ୍ଲବ , ରାଉରକେଲା, ଛେଣ୍ଡ ପକ୍ଷରୁ ଅୟୋଜିତ ଏହି ବ୍ଲଡ଼ ଗ୍ରୁପ୍ ଯାଞ୍ଚ ଶିବିରକୁ ପୂର୍ବତନ କାଉନସିଲର ମହମ୍ମଦ ଅଫରୋଜ୍ ଏବଂ ଯୁବ ନେତା ମହମ୍ମଦ ଖାଲିଦ ଅଜିଜ୍ ଉଦଘାଟନ କରିଥିଲେ। ଏପରି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଲାୟନ୍ସ କ୍ଲବ , ଛେଣ୍ଡ ର ଉପସଭାପତି ମହମ୍ମଦ ଖାଲିଦ୍ କହିଛନ୍ତି।

Leave A Reply

Your email address will not be published.