ରାଉରକେଲା : ବିବାଦିତ ଜମିରେ ରେଳବାଇର ନିର୍ମାଣ କାର୍ଯ୍ୟକୁ ବିରୋଧ।। ମାପଚୁପ ପରେ ନିର୍ମାଣ କାର୍ଯ୍ୟ ସ୍ଥଗିତ।

0 432

ରାଉରକେଲା : ୨୨/୮ (ସତ୍ୟାନ୍ୟୁଜ) ବିବାଦିତ ଜମିରେ ରେଳବାଇ ଜାରି ରଖିଥିବା ନିର୍ମାଣ କାର୍ଯ୍ୟକୁ ଏବେ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏପ୍ରକାର ପଦକ୍ଷେପ ନିଆ ଯାଇଛି। ଉତ୍ତେଜନା ଥିବାରୁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ବନ୍ଧମୁଣ୍ଡା ‘ବି’ ସେକ୍ଟର ନେପାଳି ବସ୍ତି ଠାରେ ରେଳବାଇ ପକ୍ଷରୁ ଏକ ଘର ନିର୍ମାଣ କରାଯାଉଛି। ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ଏହି ନିର୍ମାଣ କାମକୁ ବିରୋଧ କରାଯାଇଛି। ଯେଉଁ ସ୍ଥାନରେ ରେଳବାଇ ପକ୍ଷରୁ ବିଲ୍ଡିଂଗ ନିର୍ମାଣ କରାଯାଉଛି ତାହା ଗ୍ରାମବାସୀଙ୍କ ନାଁରେ ରହିଥିବା କୁହାଯାଉଛି। ଏହା ସ୍ଵତ୍ତ୍ୱେ ରେଳବାଇ କର୍ତ୍ତୃପକ୍ଷ ଉକ୍ତ ଜମିରେ ଥିବା ଅନେକ ଘର ଭାଙ୍ଗି ଦେଇଥିଲେ। ଏବେ ବହୁ ପରିବାର ବାସହରା ହୋଇ ପଡ଼ିଥିବା ବେଳେ ରେଳବାଇ କର୍ତ୍ତୃପକ୍ଷ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତେଣୁ ସ୍ଥାନୀୟ ଲୋକମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଜମିର ମାପ ଚୁପ ହୋଇଥିଲା। ନିର୍ମାଣ ସ୍ଥଳର ବହୁ ଭାଗ ରାଜ୍ୟ ସରକାରଙ୍କ ଜମି ଥିବାରୁ ଏବେ ସମସ୍ତ କାର୍ଯ୍ୟ ବନ୍ଦ କରାଯାଇଛି।

Leave A Reply

Your email address will not be published.