ମୟୁରଭଞ୍ଜ : ୨୦/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାତି ସମୟରେ ଚଳାଚଳ କରୁଥିବା ଯାନବାହନରୁ ଡକାୟତି ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। କରଞ୍ଜିଆ – ଯଶିପୁର ଜାତୀୟ ରାଜପଥ ପାର୍ଶ୍ଵ ବାମନାଶାଳ ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ଟା ସମୟରେ ଅଭିଯୁକ୍ତମାନେ ଏକାଠି ହୋଇ ଡକାୟତି ପାଇଁ ଯୋଜନା ଚଳାଇଥିଲେ । ରାତି ପେଟ୍ରୋଲିଂ କରୁଥିବା ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ପ୍ରଶାନ୍ତ କୁମାର ବଳ ପୋଲିସ ଦଳ ସହ ପେଟ୍ରୋଲିଂ କରୁଥିଲେ। ପୋଲିସକୁ ଦେଖି ଡକାୟତ।ମାନେ ଦୌଡ଼ି ପଳାଇବା ପାଇଁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାକୁ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ବଜାଜ ପଲସର ବାଇକ, ତେଲେଙ୍ଗା କଟୁରି, ଦୁଇଗୋଟି ମୋବାଇଲ, ଗୋଟିଏ ଖଣ୍ଡା, ଗୋଟିଏ ଲୁହାଛଡ଼ ଏବଂ ଗୋଟିଏ ଖେଳନା ବନ୍ଧୁକ ଜବତ କରିଛି । ଶ୍ରୀ ବଳଙ୍କ ସୂଚନା ଆଧାରରେ ଥାନାରେ କେଶ ନଂ ୨୪୬ ରେ ଧାରା ନଂ ୩୯୯/୪୦୨ ଆପିସି ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ କରଞ୍ଜିଆ ଏନଏସିର ୱାର୍ଡ ନଂ୧୫(ମଙ୍ଗଳା ମନ୍ଦିର ସାହି)ର ସୋନି କାରୁଆ(୩୫), ଓ ଭୁବନା ପାତ୍ର(୨୧), ଯଶିପୁର ଥାନା ଅନ୍ତର୍ଗତ ଭଞ୍ଜକିଆ ଗ୍ରାମର ରାଜୁ ମହାରଣା(୧୯) ଓ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ଦୀପକ କୁମାର ଶତପଥୀ। ଏହି ଡକାୟତି ଗ୍ୟାଙ୍ଗ ପୂର୍ବରୁ କରଞ୍ଜିଆ ସହରରେ ହୋଇଥିବା ଚୋରୀ ଘଟଣାରେ ସଂପୃକ୍ତ ଥିବା ନେଇ ପୁଲିସ ସେମାନଙ୍କୁ ପଚରାଉଚୁରା ଜାରି ରଖିଛି ।