ରାଉରକେଲା : ନାଗରିକ ସୁରକ୍ଷା କମିଟି ପକ୍ଷରୁ ମହା କନଭେନସନ ଅୟୋଜିତ।। ବକ୍ତା ମାନଙ୍କର ୧୧ ଦଫା ଦାବି ଉପସ୍ଥାପନ।

0 356

ରାଉରକେଲା : ୨୦/୮ (ସତ୍ୟାନ୍ୟୁଜ) ୧୧ ଦଫା ଦାବି ନେଇ ରବିବାର ଦିନ ରାଉରକେଲା ନାଗରିକ କମିଟି ପକ୍ଷରୁ ଏକ ମହା କନଭେନସନ ର ଅୟୋଜନ କରାଯାଇଥିଲା। ଏହି ମହା ସମ୍ମିଳନୀ ଭଞ୍ଜଭବନ ଅଡ଼ିଟୋରିଅମ ରେ ଅନୁଷ୍ଠିତ ହୋଇଥିଲା। ତାଳଚେର ବିମଳାଗଡ଼ ରେଳପଥର ଶୀଘ୍ର ନିର୍ମାଣ , ସୁପର ସ୍ପେସିଆଲିଟି ହସପିଟାଲ କୁ ଏମ୍ସ ଢାଞ୍ଚାରେ ଚଳାଇବା , ପୋଷ୍ଟ ଗ୍ରାଜୁଏଟ ମେଡ଼ିକାଲ କଲେଜ ଖୋଲିବା ଆଦି ଦାବି କରାଯାଇଥିଲା। ଏହା ସହ ରାଉରକେଲାରେ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଖୋଲିବା ସହ ରାଉରକେଲାକୁ ସ୍ୱତନ୍ତ୍ର ରେଳ ଡିଭିଜନ ଆଦିର ମାନ୍ୟତା ଦେବା ଦାବି କରା ଯାଇଥିଲା। ଏହି ସମ୍ମିଳନୀରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ,ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା , ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହା ଛଡା ଆଡଭୋକେଟ ଗିରିଶ ମହାପାତ୍ର , ପ୍ରଶାନ୍ତ ସେଠୀ ପ୍ରମୁଖ ମଧ୍ୟ ମହା ସମ୍ମିଳନୀରେ ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.