ରାଉରକେଲା : ଏନ୍ ଆଇ ଟି ରେ ଜାଲ ଆଡମିଟ୍ କାର୍ଡ ଦେଖାଇ ପରୀକ୍ଷା ଦେଉଥିବା ବେଳେ ୪ ନକଲି ପରୀକ୍ଷାର୍ଥୀ ଗିରଫ।

0 731

ରାଉରକେଲା : ୨୦/୮ (ସତ୍ୟାନ୍ୟୁଜ) ରାଉରକେଲା ଏନ୍ ଆଇ ଟି ରେ ନକଲି ଆଡ଼ମିଟ କାର୍ଡ ଦେଖାଇ ପରୀକ୍ଷା ଦେଉଥିବା ବେଳେ ୪ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି। ୩ ନମ୍ବର ସେକ୍ଟର ଥାନା ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନ୍ ଆଇ ଟି ପକ୍ଷରୁ କନିଷ୍ଠ ସହାୟକ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିଲା। ଏହି ଚାରିଜଣ ଜାଲିଆତି କରି ଅନ୍ୟ ନାମରେ ପରୀକ୍ଷା ଦେବା ବେଳେ ଧରା ପଡିଥିଲେ। ନକଲି ପରୀକ୍ଷାର୍ଥୀ ମାନେ ଦିଲ୍ଲୀ ଏବଂ ହରିୟାଣାର ବୋଲି ଜଣାପଡିଛି। ଅନ୍ୟ କେତେକ ପରୀକ୍ଷାର୍ଥୀ ବ୍ଲୁ ଟୁଥ ବ୍ୟବହାର କରି ପରୀକ୍ଷା ଦେଉଥିବା ଜଣା ପଡିଥିଲା। ଏନ୍ ଆଇ ଟି ରେ ଏବେ ସହକାରୀ କୂଳ ସଚିବ , କନିଷ୍ଠ ସହାୟକ ଆଦି ପଦ ପାଇଁ ପରୀକ୍ଷା ଚାଲିଛି। ଗିରଫ ଯୁବକ ମାନେ ନକଲି ଆଡ଼ମିଟ କାର୍ଡ ଦେଖାଇ ପରୀକ୍ଷା ହଲ୍ ରେ ପ୍ରବେଶ କରିଥିଲେ। ପରୀକ୍ଷା ନିରୀକ୍ଷକ ଆଡ଼ମିଟ୍ କାର୍ଡ ଯାଞ୍ଚ କଲା ବେଳେ ସନ୍ଦେହ ହୋଇଥିଲା। ଅଧିକ ପଚରା ଉଚୁରା ବେଳେ ସେମାନେ ନକଲି ପରୀକ୍ଷାର୍ଥୀ ବୋଲି ଜଣା ପଡିଥିଲା। ଥାନାରେ ଏନ୍ ଆଇ ଟି ରେଜିଷ୍ଟ୍ରାର ଏତେଲା ଦେବାପରେ ପୋଲିସ ତଦନ୍ତ କରି ଚାରିଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବ୍ଲୁ ଟୁଥ , କ୍ୟାମେରା ମୋବାଇଲ ଫୋନ ଆଦି ଜବତ କରାଯାଇଛି।

Leave A Reply

Your email address will not be published.