ରାଉରକେଲା : ଅକ୍ଷୟଶିଳା ଜଳପ୍ରପାତରେ ବୁଡି ଏନ୍ ଆଇ ଟି ଛାତ୍ରଙ୍କ ମୃତ୍ୟୁ।। ମୃତକ ଛାତ୍ର ବେଗାଡି ଆଦର୍ଶ ଏନ୍ ଆଇ ଟି ରେ ଦୂତୀୟ ବର୍ଷର ଛାତ୍ର ଥିଲେ।
ରାଉରକେଲା : ୨୦/୮ (ସତ୍ୟାନ୍ୟୁଜ) ରାଉରକେଲା ନିକଟ ଅକ୍ଷୟଶିଲା ଜଳ ପ୍ରପାତରେ ଏନ୍ ଆଇ ଟି ର ଜଣେ ଛାତ୍ର ପାଣିରେ ବୁଡି ମୃତ୍ୟୁ ବରଣ କରିଥିବାର ସୂଚନା ମିଳିଛି। ମୃତ ଛାତ୍ର ବେଗାଡ଼ି ଆଦର୍ଶ ଶନିବାର ଦିନ ଆଠ ଦଶ ଜଣ ଛାତ୍ରଙ୍କ ସହ ମିଶି ବିଶ୍ରା ଥାନା ଅନ୍ତର୍ଗତ ଅକ୍ଷୟଶିଳା ଜଳପ୍ରପାତକୁ ବୁଲି ଯାଇଥିଲେ। ଅପରାହ୍ନରେ କୌଣସି କାରଣ ବଶତଃ ସେ ପାଣିରେ ପଡି ନିଖୋଜ ହୋଇ ଯାଇଥିଲେ। ତାଙ୍କ ସାଙ୍ଗ ମାନେ ଏବାବଦରେ ବିଶ୍ରା ଥାନାରେ ସୂଚନା ଦେଇଥିଲେ। ବିଶ୍ରା ଥାନା ପୋଲିସ ସନ୍ଧ୍ୟାରେ ସେଠାରେ ଖୋଜାଖୋଜି କଲାପରେ ନିଖୋଜ ଛାତ୍ରଙ୍କ ସନ୍ଧାନ ପାଇନଥିଲେ। ରବିବାର ସକାଳେ ଫାୟାର ଟିମ୍ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିଛି ସମୟ ପରେ ଜଳ ପ୍ରପାତ ପାଣିରୁ ବେଗାଡ଼ି ଆଦର୍ଶଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ
ଏନ୍ ଆଇ ଟି କ୍ୟାମ୍ପସରେ ଶୋକର ଛାୟା ଖେଳିଯାଇଛି। ବିଶ୍ରା ଥାନା ପୋଲିସ ଘଟଣାର ତଦନ୍ତ କରୁଛି