ରାଜଗାଙ୍ଗପୁର : ସ୍କୁଲରେ ପ୍ରାର୍ଥନା ଏବଂ ଯୋଗ କ୍ଲାସ ପ୍ରସ୍ତୁତି ଚାଲୁଥିବା ବେଳେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ।। ରାଜଗାଙ୍ଗପୁରରେ ଶୋକର ଛାୟା।
ରାଜଗାଙ୍ଗପୁର : ୧୯/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ଏକ ଘରୋଇ ସ୍କୁଲରେ ଆଜି ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସ୍କୁଲରେ ପ୍ରାର୍ଥନା ଏବଂ ଯୋଗ କ୍ଲାସ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅସୁସ୍ଥ ଅନୁଭବ କରି ଜଣେ ଦଶମ ଶ୍ରେଣୀର ଛାତ୍ର ତଳେ ପଡି ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଉକ୍ତ ଛାତ୍ରଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ର ମହମ୍ମଦ ନୌସାଦ ସହରର ଶ୍ରୀ ଅରବିନ୍ଦ ସ୍କୁଲର ଦଶମ ଶ୍ରେଣୀରେ ପଢୁଥିଲେ। ନୌସାଦଙ୍କ ମୃତ୍ୟୁରେ ସ୍କୁଲ ସମେତ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳି ଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।