ରାଜଗାଙ୍ଗପୁର : ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବେଆଇନ ଗଞ୍ଜେଇ ଜବତ।। ଷ୍ଟେସନ ଅଞ୍ଚଳରୁ ଜବତ କଲା ରେଳବାଇ ପୋଲିସ।। ଜଣେ ଗିରଫ।

0 431

ରାଜଗାଙ୍ଗପୁର : ୧୯/୮ (ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଷ୍ଟେସନରୁ ରେଳ ସୁରକ୍ଷା ବଳ ଏବଂ ରେଳବାଇ ପୋଲିସ ୩୩ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ଅଭିଯୁକ୍ତ ଗୌରବ କୁମାର ସିଂ ଝାରଖଣ୍ଡ ସଢେଇକଳା-ଖରସୁଆଁ ଅଞ୍ଚଳର। ଗୌରବ ୨ ନମ୍ବର ପ୍ଲାଟଫର୍ମରେ ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ରେଳବାଇ ପୋଲିସ ତାକୁ ଧରି ଥିଲେ। ତଲାସି ନେବା ପରେ ଏକ ବ୍ୟାଗରୁ ଗଞ୍ଜେଇ ଧରପଡି ଥିଲା। ପରେ ଅଭୁଯୁକ୍ତ ଗୌରବକୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଥିଲା।

Leave A Reply

Your email address will not be published.