ବଣାଇ : ତହସିଲ କାର୍ଯ୍ୟାଳୟର ଖସି ପଡ଼ିଲା ସିଲିଂ।। ସୌଭାଗ୍ୟବଶତଃ ବର୍ତ୍ତିଲେ କର୍ମଚାରୀ।

0 371

ବଣାଇ : ୧୯/୮ (ସତ୍ୟାନ୍ୟୁଜ) ଲହୁଣୀପଡ଼ା ତହସିଲ ଅଫିସର ଛାତରୁ ଖସି ପଡ଼ିଲା ସିଲିଂ। ସୌଭାଗ୍ୟବଶତଃ ସେହି ସମୟରେ ରେକର୍ଡ କିପର ଏବଂ ଅନ୍ୟ କର୍ମଚାରୀ ବାହାରକୁ ଯାଇଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। କିଛି ଦିନ ପୂର୍ବରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯାଳୟ ରୁ ମଧ୍ୟ ଏପରି ସିଲିଂ ଖସି ପଡି ଥିଲା। ଲହୁଣୀପଡ଼ା ବ୍ଲକ ଜନସାଧାରଣ ଙ୍କ ଜମି ଜମା ସମ୍ୱନ୍ଧୀୟ ବହୁ ଗୁରୁତ୍ୱ ପୂର୍ଣ୍ଣ ଫାଇଲ ସବୁ ଏଠାରେ ଥିବା ବେଳେ ଛାତରୁ ପାଣି ଗଳୁଛି। ପାଣି ଗଳୁଥିବା ପାଖରେ ଫାଇଲ ସବୁ ଗଦା ହୋଇଛି। ବର୍ଷା ହେଲେ କର୍ମଚାରୀ ମାନଙ୍କୁ ଟେବୁଲ ଉପରେ ବାଲ୍ଟି ରଖି କାମକରିବାକୁ ପଡୁଛି। କମ୍ପ୍ୟୁଟର ରୁମ୍ ରେ ମଧ୍ୟ ବର୍ଷା ହେଲେ ପାଣି ଗଳୁଛି । ଗତ ମେ ମାସରେ ତହସିଲ ଅଫିସ ଛାତର ଗ୍ରୀଡିଙ୍ଗ ହୋଇଥିଲା। ବର୍ଷେ ନପୂରୁଣୁ ଛାତରୁ ସିଲିଂ ଖସିବା କର୍ମଚାରୀ ଙ୍କ ମନରେ ଅସୁରକ୍ଷା ଭାବ ସୃଷ୍ଟି କରିଛି।

Leave A Reply

Your email address will not be published.