ରାଉରକେଲା : ରେଳ ଧାରଣାରୁଲ୍ୟାଣ୍ଡମାଇନ ଉଦ୍ଧାର।। ଓଡିଶା- ଝାରଖଣ୍ଡ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡାକଡି।

0 2,312

ରାଉରକେଲା: ୧୮/୭ (ସତ୍ୟାନ୍ୟୁଜ) ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲ ହିଂସା। ଗତକାଲି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଟୋପାଡିହିରେ ନକ୍ସଲଙ୍କ ବଡଧରଣ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଥିଲା। ଟୋପାଡିହି ରେଳଷ୍ଟେସନ ରେଳଧାରଣା ପାର୍ଶ୍ବରୁ ଡିଭିଏଫ୍‌ ଯବାନମାନେ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ କରିଛନ୍ତି। ସ୍ଥାନୀୟ ପୁଲିସ ଓ ଡିଭିଏଫ୍‌ ଯବାନ ମିଳିତ ସର୍ଚ୍ଚ ଅପରେସନ୍‌ବେଳେ ଲ୍ୟାଣ୍ଡମାଇନ୍‌କୁ ଠାବ କରିଥିଲେ। ବୋମା ନିଷ୍କ୍ରିୟ ଟିମ୍‌ ନିକଟସ୍ଥ ଜଙ୍ଗଲରେ ଜବତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି। ଗୁଇନ୍ଦା ସୂଚନା ଆଧାରରେ ରେଳବାଇ ପକ୍ଷରୁ ଟୋପାଡିହି ଷ୍ଟେସନମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଛି। ସିଆର୍‌ଏଫ୍‌ ଓ ଆର୍‌ପିଏଫ୍‌ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି। ଝାଡ଼ଖଣ୍ଡ ପରେ ଓଡ଼ିଶା ପାର୍ଶ୍ବରେ ନକ୍ସଲମାନଙ୍କ ହିଂସାକାଣ୍ଡ ଯୋଜନା ଜିଲ୍ଲା ପୁଲିସ ଓ ସିଆର୍‌ପିଏଫ୍‌ ଯବାନମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି।

Leave A Reply

Your email address will not be published.