ସୁନ୍ଦରଗଡ : ୧୮/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକରେ ଶୁକ୍ରବାର ଦିନ ବନ୍ଧୁକ ମୁନରେ ଏକ ଲୁଟ୍ ଉଦ୍ୟମ ପଣ୍ଡ ହୋଇଯାଇଛି। ଲୁଟ୍ କୁ ଲୋକମାନେ ବିରୋଧ କରିବାରୁ ଲୁଟେରା ମାନେ ବାଇକ ଛାଡି ପଳାଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ
ଆଜି ଏସବିଆଇ ସେବାକେନ୍ଦ୍ରର ମାଲିକ ବିରେନ୍ଦ୍ର ସାହୁ ନିଜ ବାଇକ ଯୋଗେ ବାମଡା ରୁ ବଡମାଳ ଆସୁଥିଲ। କୁତ୍ରା ବ୍ଲକ ଅନ୍ତର୍ଗତ ଆମ୍ବଗୋଭା ଗ୍ରାମପଞ୍ଚାୟତର ଏଲଗା ନିକଟରେ ଥିବା ଜଙ୍ଗଲ ରାସ୍ତାରେ ଲୁଟେରା ମାନେ ବନ୍ଧୁକ ମୁନରେ ତାଙ୍କ ବ୍ୟାଗ ଲୁଟି ନେବାକୁ ଉଦ୍ୟମ କରିଥିଲେ। ଏହି ୩ ଜଣ ଯୁବକ ମୁଖା ପିନ୍ଧି ଏକ ପଲସର ବାଇକରେ ଆସିଥିଲେ। ସେବା କେନ୍ଦ୍ର ମାଲିକ ବିରେନ୍ଦ୍ର ସେଠାରୁ ଦଉଡି ପଳାଇ ଅଳ୍ପକେ ବର୍ତ୍ତିଯାଇଥିଲେ । ପାଟି ଶୁଣି କିଛି ଲୋକ ଆସି ଯିବାରୁ ଲୁଟେରା ମାନେ ବାଇକ ଛାଡି ପଳାଇ ଯାଇଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି।