ରାଜଗାଙ୍ଗପୁର : ୧୭/୮ (ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ବାଇକ ଚାଳକ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବଡଗୁଳିଆଳି ଅଞ୍ଚଳର ହରେକୃଷ୍ଣ ଲାକ୍ରା ଆଜି ତାଙ୍କ ବାଇକରେ ଯାଉଥିବା ବେଳେ ଏକ ବିଦ୍ୟୁତ ଖୁଣ୍ଟ ଚଳନ୍ତା ବାଇକ୍ ଉପରେ ପଡି ଯାଇଥିଲା। ଲମଲୋଇ ଅଞ୍ଚଳର ବାଗଡେଗା ଗ୍ରାମ ନିକଟରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ଟି ହଠାତ ବାଇକ ଉପରେ ପଡିଯାଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ବାଇକ ଚାଳକଙ୍କୁ ଉଦ୍ଧାର କରିଥିଲେ। ବିଭିନ୍ନ ସ୍ଥାନ ରେ ବିଦ୍ୟୁତ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ ଏଥିପ୍ରତି ବିଦ୍ୟୁତ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।