ବଣାଇ : ଦନ୍ତା ହାତୀଙ୍କ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ବନ କର୍ମଚାରୀ।। ଆକ୍ରମଣରେ ଦୁଇ ବନ କର୍ମଚାରୀ ଆହତ ।
ବଣାଇ : ୧୭/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ରେଞ୍ଜ ରେ ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବ ଯୋଗୁଁ ଦିନକୁ ଦିନ ସ୍ଥିତି ବିସ୍ପୋରକ ହେଉଛି। ବୁଧବାର ରାତିରେ ହାତୀ ଘଉଡାଇବାକୁ ଯାଇଥିବା ବନ ବିଭାଗ କର୍ମଚାରୀ ମାନେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ହାତୀ ଉପଦ୍ରଵରେ ଅତିଷ୍ଠ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଲୋକଙ୍କ ଆକ୍ରମଣରେ କେତେଜଣ ବନ କର୍ମଚାରି ଆହତ ହୋଇଛନ୍ତି। ଉତ୍ୟକ୍ତ ଲୋକ ମାନେ ବନ କର୍ମଚାରୀଙ୍କ ଗାଡି ଗୁଡିକ ପମ୍ପଚର କରିଦେଇଛନ୍ତି।
ଅନ୍ୟ ପକ୍ଷରେ ତଳିତା, ଧରଣୀ ଧର ପାଲି ସେକ୍ସନର ପ୍ରାୟ ୧୦ରୁ ୧୫ଟି ଗାଁରେ ରେ ୯ଦିନ ହେଲା ଦୁଇଟି ଦନ୍ତା ଉତ୍ପାତ ଚଳାଇ ଆସୁଛନ୍ତି। ହାତୀ ଦୁଇଟି ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ଘର ଦ୍ୱାରା ଭାଙ୍ଗି ଧାନ ଚାଉଳ ଖାଇ ଯାଉଛନ୍ତି। ବନ ବିଭାଗ କର୍ମଚାରୀ ମାନେ ହାତୀ ଘଉଡାଇବାରେ ବିଫଳ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।