ରାଉରକେଲା : ବେଦବ୍ୟାସରେ ବ୍ରହ୍ମଣୀ ନଦୀରେ ବୁଡି ନିଖୋଜ ଯୁବକଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।। ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି।
ରାଉରକେଲା : ୧୭/୮ (ସତ୍ୟାନ୍ୟୁଜ) ବେଦବ୍ୟାସ ଘାଟ ବ୍ରାହ୍ମଣୀ ନଦୀରେ ବୁଡି ଗତକାଲି ଠାରୁ ନିଖୋଜ ଥିବା ଯୁବକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ଆଜି ମଧ୍ୟ ଫାୟାର ଏବଂ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ରେଲୱେ କଲୋନୀର ପିଣ୍ଟୁ ବାସୁରି ବୁଧବାର ଦିନ ବ୍ରାହ୍ମଣୀ ନଦୀରେ ବୁଡି ନିଖୋଜ ହୋଇ ଯାଇଛନ୍ତି। ସେ ବିଶ୍ରା ରୋଡ଼ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଶବ ସଂସ୍କାର କରିବାକୁ ବେଦବ୍ୟାସ ଆସିଥିଲେ। ଶବ ସଂସ୍କାର ପରେ ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ନଦୀକୁ ଯାଇଥିଲେ। ଗାଧୋଉଥିବା ବେଳେ ଦୁଇଜଣ ପାଣି ସ୍ରୋତରେ ଭାସି ଯାଇଥିଲେ। ସ୍ଥାନିୟ ଲୋକେ ଜଣେ ଯୁବକଙ୍କୁ ଉଦ୍ଧାର କରିଥିବା ବେଳେ ପିଣ୍ଟୁ ନିଖୋଜ ହୋଇ ଯାଇଥିଲେ। ସୂଚନା ପାଇ ଦମକଳ ବାହିନୀ ଆସି ଖୋଜା ଖୋଜି କରିଥିଲେ ମଧ୍ୟ ଗତକାଲି କୌଣସି ସନ୍ଧାନ ପାଇ ନଥିଲେ । ଆଜି ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିଛି।