ବଣାଇ : ସର୍ପଘାତରେ ଯୁବକଙ୍କ ମୃତ୍ୟୁ।। ଯୁବକ ଜଣଙ୍କ ବଡ଼ଗୋଗୁଆ ଗ୍ରାମର ମୁନା ସାହୁ।

0 386

ରାଉରକେଲା : ୧୭/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାରେ ସାପ କାମୁଡ଼ାରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି। ବିଶେଷ କରି ବଣ ଜଙ୍ଗଲ ଘେରା ବଣାଇ ଅଞ୍ଚଳରେ ସର୍ପ ଦଂଶନ ଘଟଣା ସବୁଠାରୁ ଅଧିକ। ବୁଧବାର ରାତିରେ ବଣାଇ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗ୍ରାମରେ ସର୍ପଘାତରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମୁନା ସାହୁ। ସେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ବର୍ଷା ଦିନରେ ସାପ ଗାତରେ ପାଣି ପଶି ଯାଉଥିବାରୁ ସାପ ଗାତରୁ ବାହାରି ଆସି ଘର ଭିତରେ ପଶି ଯାଉଛନ୍ତି। ଫଳରେ ଅଧିକ ଲୋକ ସର୍ପଘାତର ଶିକାର ହେଉଛନ୍ତି। ବର୍ଷା ଦିନେ ସାପ ପ୍ରତି ସତର୍କ ରହିବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.