ରାଉରକେଲା : ରାଉରକେଲା ରିମ୍ସ କ୍ୟାମ୍ପସରେ ସାଇବାରନେଟିକ ଇନକ୍ୟୁବାସନ ସେଣ୍ଟରର ଉଦଘାଟନ।

0 316

ରାଉରକେଲା : ୧୭/୮ (ସତ୍ୟାନ୍ୟୁଜ) ରାଉରକେଲା ସହରର ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ କଲେଜ ରିମ୍ସ କ୍ୟାମ୍ପସ୍ ରେ ଏକ ସାଇବାରନେଟିକ ଇନକ୍ୟୁବସନ ସେଣ୍ଟରର ଉଦଘାଟନ ହୋଇଯାଇଛି। ଭୁବନେଶ୍ୱର ରେ ଥିବା
କ୍ରିଷ୍ଟେଲାର ଏରୋସ୍ପେସ ପ୍ରାଇଭେଟ ଲିମିଟେଡ଼ ସହଭାଗିତାରେ ଏହି କେନ୍ଦ୍ରର ସ୍ଥାପନ କରାଯାଇଛି। ସୁଇଜରଲ୍ୟାଣ୍ଡର ବୈଷୟିକ ବିଶେଷଜ୍ଞ ଉଇଲହେମ୍
ଜେଜଲର ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ଭାବେ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ,
ଏନ୍ ଆଇ ଟି ର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଯୋଗ ଦେଇଥିଲେ। ରିମ୍ସ ର ପୁରାତନ ଛାତ୍ର ତଥା କ୍ରିଷ୍ଟେଲାର ଏରୋସ୍ପେସ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉଦୟ ଭାନୁ ଦାସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। କ୍ରିଷ୍ଟେଲର ଏରୋସ୍ପେସ କମ୍ପାନୀ ସହ ପୂର୍ବରୁ ଏମ୍ଓୟୁ ସ୍ୱାକ୍ଷର ହୋଇ ସାରିଛି। ଏହି କେନ୍ଦ୍ର ସ୍ଥାପନ ଦ୍ୱାରା ସାଇବର ସୁରକ୍ଷା ସମ୍ପର୍କିତ ବ୍ୟାପକ ସୂଚନା ରିମ୍ସ ର ଛାତ୍ରଛାତ୍ରୀ ମାନେ ପାଇ ପାରିବେ। ସାଇବର ସୁରକ୍ଷା ସମ୍ବଧିତ ଜ୍ଞାନର ଆଦାନ ପ୍ରଦାନ ମଧ୍ୟ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଆରଏସପି କମ୍ପୁଟର ଏବଂ ଆଇଟି ବିଭାଗର ମହା ପ୍ରବନ୍ଧକ କୌଶିକ କୁମାର ସେନଗୁପ୍ତା ଅତିଥି ଭାବେ ଯୋଗ ଦେଇଥିଲେ। ସାଇବରନେଟିକ କେନ୍ଦ୍ରର ଶୁଭାରମ୍ଭ ଅବସରରେ ରିମ୍ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କେନ୍ଦ୍ରର ଉପଯୋଗୀତା ସମ୍ପର୍କରେ ସୂଚନା ଦେଇଥିଲେ। ରିମ୍ସର ସମ୍ପାଦକ ଡକ୍ଟର ଆର୍ଯ୍ୟ ପଟ୍ଟନାୟକ ସାଇବର ଆକ୍ରମଣ ଏବଂ ତଥ୍ୟ ସରାଂକ୍ଷଣ ବାବଦରେ କେନ୍ଦ୍ରର ଉପାଦେୟତା ସମ୍ପର୍କରେ ସୂଚନ ଦେଇଥିଲେ।

Leave A Reply

Your email address will not be published.