ରାଉରକେଲା : ମନ୍ଦିର ନିକଟରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ।। ଏଡିଏମ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପଠାଇଲେ ସ୍ମାରକପତ୍ର।

0 1,133

ରାଉରକେଲା : ୧୬/୮ (ସତ୍ୟାନ୍ୟୁଜ) ଶନି ମନ୍ଦିର ଏବଂ ବସ୍ତି ନିକଟରେ ଏକ ମଦ ଦୋକାନ ଖୋଲା ଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସ୍ବପ୍ନପୂରୀ ବସ୍ତିର ମହିଳାମାନଙ୍କ ସମେତ ଶନି ମନ୍ଦିର କମିଟିର କର୍ମକର୍ତ୍ତାମାନେ ମଦ ଦୋକାନ ସ୍ଥାନାନ୍ତରକୁ ବିରୋଧ କରିଛନ୍ତି। ସେଠାରେ ମଦ ଦୋକାନ ନଖୋଲିବାକୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ଯମରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରବାନ କରିଛନ୍ତି। ରାଉରକେଲା ଟାଉନ୍ ୟୁନିଟ ନମ୍ବର ୪୨ରେ ଥିବା ରୁପୁଟୋଲା ମୌଜା ଅଧିନସ୍ଥ ୧୦/୮୪୫ ପ୍ଲଟରେ ମଦ ଦୋକାନ ଖୋଲା ଯାଉଥିବା ଯୋଗୁଁ ନିକଟରେ ଥିବା ଶନି ମନ୍ଦିର ପରିବେଶ ନଷ୍ଟ ହୋଇଯିବ। ନିକଟରେ ବସ୍ତି ଥିବାରୁ ମହିଳା ଓ ପିଲାମାନେ ମଦ୍ଯପଙ୍କ ଦୌରାତ୍ମ୍ଯର ଶିକାର ହେବାର ସମ୍ଭାବନା ରହିଛି। ଶନି ମନ୍ଦିର ଏବଂ ପଛପଟରେ ଥିବା ବସ୍ତି ଅଞ୍ଚଳ ସ୍ଥାନକୁ ଛାଡି ଅନ୍ଯତ୍ର ମଦ ଦୋକାନ ସ୍ଥାନାନ୍ତର କରାଯିବାକୁ ଦାବୀ କରାଯାଇଛି। ଶନି ମନ୍ଦିର କମିଟିର ସଭାପତି ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ମହିଳା ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.