ବଣାଇ : ଗାଁରେ ଏକ ମାସ ହେଲା ବିଦ୍ୟୁତ ଲାଇନ ନଥିବାରୁ ତାତିଲେ ମହିଳା।। ବଣାଇ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଵିକ୍ଷୋଭ।
ବଣାଇ : ୧୬/୮ (ସତ୍ୟାନ୍ୟୁଜ)
ଦୀର୍ଘ ଏକ ମାସ ହେଲା ଗାଁରେ ନାହିଁ ବିଦ୍ୟୁତ ଲାଇନ। ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିବାଦରେ ଆଜି ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡପୋଷ ଗ୍ରାମର ଲୋକ ମାନେ ବଣାଇ ବିଦ୍ୟୁତ ଅଫିସ ଘରାଉ କରିଥିଲେ। ଏକ ମାସ ହେଲା ଟ୍ରାନ୍ସଫର୍ମର ପୋଡି
ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ବାରମ୍ବାର ଅଭିଯୋଗ କରିବା ସ୍ଵତ୍ତ୍ୱେ ନୂତନ ଟ୍ରାସଫର୍ମର ନବସାଇବାରୁ ଆଜି ଗ୍ରାମର ଶତାଧିକ ମହିଳା ବଣାଇ ବିଦ୍ୟୁତ ବିଭାଗ ର କାର୍ଯ୍ୟଳୟର ଭିତରେ ପଶି ଯାଇଥିଲେ। ବିଦ୍ୟୁତ ଲାଇନ ନାହଁ କିନ୍ତୁ ବିଲ୍ ଆସୁଛି। ପିଲା ପାଠ ପଢିବାକୁ ହଇରାଣ ହେଉଛନ୍ତି। ଗରମ ଏବଂ ଗୁଳୁଗୁଳି ଯୋଗୁଁ ଲୋକମାନେ ହିନସ୍ଥା ହେଉଛନ୍ତି। ଆଜି ମହିଳା ମାନେ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିବାରୁ ବିଦ୍ୟୁତ କର୍ମଚାରୀ ମାନେ ଅଫିସ ଛାଡି ପଳାଇଥିଲେ।