ବିରମିତ୍ରପୁର : ମଣିପୁର ହିଂସା ଏବଂ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଆଦିବାସୀ ଏକତା ମଞ୍ଚର ବିକ୍ଷୋଭ।। ରାଷ୍ଟ୍ରପତି ଶାସନ ଲାଗୁ ଦାବି।
ରାଉରକେଲା : ୧୬/୮ (ସତ୍ୟାନ୍ୟୁଜ) ମଣିପୁରରେ ଜାରି ରହିଥିବା ହିଂସା ଏବଂ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ବୁଧବାର ଦିନ ଏକ ପ୍ରତିବାଦ ସଭାର ଅୟୋଜନ କରାଯାଇଛି। ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଅୟୋଜିତ ଏହି କାର୍ଯ୍ୟକ୍ରମରେ ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀ , ନିହାର ସୁରିନ , ଯୁବ ନେତା ରୋହିତ ଜୋସେଫ ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ। ମଣିପୁରରେ ୫ ହଜାର ଆଦିବାସୀଙ୍କ ଘର ପୋଡି ଦିଆଯାଇଥିବା ଏବଂ ୬୦ ହଜାର ଲୋକ ରିଲିଫ କ୍ୟାମ୍ପରେ ଥିବା ଅଭିଯୋଗ କରିଛନ୍ତି ମଞ୍ଚର ସଦସ୍ୟ ମାନେ। କେନ୍ଦ୍ର ସରକାର ମଣିପୁରରେ ଶାନ୍ତି ରକ୍ଷା କରିବାରେ ବିଫଳ ହୋଇ ଥିବାରୁ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବା ଦାବି କରାଯାଇଛି। ଆଜି ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ମେଳା ପଡିଆ ଠାରେ ଏକ ପ୍ରତିବାଦ ସଭା କରା ଯାଇଥିଲା।