ବଣାଇ : ପିକ ଅପ୍ ଭ୍ୟାନ ଗଛରେ ପିଟିହୋଇ ୮ ଆହତ।। ୬ ଗୁରୁତରଙ୍କୁ ରାଉରକେଲା ପଠାଗଲା ।

0 656

ବଣାଇ : ୧୫/୮ (ସତ୍ୟାନ୍ୟୁଜ) ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ୮ଜଣ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସରକାରୀ ହସପିଟାଲ ପଠାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ର ଜଣେ ଠିକାଦାର ନିକଟରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ଖଣ୍ଡାଧାର ବୁଲିବାକୁ ଯାଇଥିଲେ। ଏକ ପିକଅପ ଭ୍ୟାନରେ ଯାଉ ଥିବା ବେଳେ ଭାରସାମ୍ୟ ହରାଇ ଭ୍ୟାନ ଟି ଏକ ଗଛରେ ପିଟି ହୋଇ ଯାଇ ଥିଲା। ଫଳରେ ଭ୍ୟାନରେ ଥିବା ୮ ଜଣ ଆହତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେ ୮ଜଣଙ୍କୁ ବଣାଇ ଉପଖଣ୍ଡ ଚିକିସାଳୟକୁ ଅଣା ଯାଇଥିଲା। ୬ ଜଣ ଗୁରୁତର ହେବାରୁ ତାଙ୍କୁ ରାଉରେଲା ସରକାରୀ ହସପିଟାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇଜଣ ବଣାଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏମାନେ ସମସ୍ତେ ବିହାର ଅଞ୍ଚଳ ର ବୋଲି ଜଣାପଡିଛି।

ଆହତ ମାନେ ହେଲେ ବିଜୟକୁମାର, ନିରଜ କୁମାର, ଦିଲ୍ଲୀଖୁସ କୁମାର, ସମୀର କୁମାର, ବରିଷ୍ଟ କୁମାର, ଲୋକେଶ କୁମାର ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.