ରାଉରକେଲା : ଓଡିଶା-ଝାରଖଣ୍ଡ ସୀମାନ୍ତରେ ମାଓବାଦୀ-ପୋଲିସ ଗୁଳି ବିନିମୟ।। ଦୁଇ ସୁରକ୍ଷା ଅଧିକାରୀ ସହୀଦ।

0 436

ରାଉରକେଲା : ୧୫/୮(ସତ୍ୟାନ୍ୟୁଜ)
ଓଡିଶା-ଝାରଖଣ୍ଡ ସୀମାନ୍ତରେ ଗତ କିଛିଦିନ ହେଲା ମାଓବାଦୀ କାର୍ଯ୍ୟକଳାପରେ ବୃଦ୍ଧି ଘଟିଛି। ତିନି ଦିନ ତଳେ ଝରଖଣ୍ଡର କୋଲହନ ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳି ବିନିମୟରେ ଜଣେ ସିଆରପିଏଫ ଯବାନ ସହୀଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଗତକାଲି ରାତିରେ ଓଡ଼ିଶା ସୀମାନ୍ତ ଠାରୁ ୩୦ କିଲୋମିଟର ଦୂର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଟେଣ୍ଟୋ ଥାନା ଅନ୍ତର୍ଗତ ହମ୍ଭା ହୁକା ଓ ସର୍ଜନବରୁ ଗ୍ରାମ ଜଙ୍ଗଲ ରାସ୍ତାରେ ଜଗୁଆର ବାହିନୀ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ। ଏହି ଅପରେସନ ସମୟରେ ହଠାତ ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇ ଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ଜଗୁଆର ବାହିନୀର ସବ୍ ଇନ୍ସପେକ୍ଟର ଅମିତ୍ କୁମାର ତିୱାରୀ ଏବଂ କନେଷ୍ଟବଳ ଗୌତମ କୁମାର ସହିଦ ହୋଇଛନ୍ତି। ଏହି ଘଟଣା ପରେ ସେଠାରେ କୁମ୍ବିଙ୍ଗ ଅପରେସନ ଜୋରଦାର କରାଯାଇଛି। ଆଜି ସକାଳୁ ଅପରେସନ ଲାଗି ଅତିରିକ୍ତ ପୋଲିସ ଫୋର୍ସ ସେଠାକୁ ପଠାଯାଇଛି। ସହିଦ ଅମିତ୍ କୁମାର ତିୱାରୀ ଦୁଇ ଦିନ ପୂର୍ବରୁ ଏକ ଶିଶୁ ପୁତ୍ରର ବାପା ହୋଇଥିଲେ। ଅଗଷ୍ଟ ୧୫ ପରେ ଛୁଟିରେ ଯିବେ ବୋଲି ଫୋନ କରି ପତ୍ନୀଙ୍କୁ କହିଥିଲେ। କିନ୍ତୁ ତା ପୂର୍ବରୁ ମାଓବାଦୀଙ୍କ ଗୁଳିରେ ସହୀଦ ହୋଇଗଲେ।

Leave A Reply

Your email address will not be published.