ରାଇରଙ୍ଗପୁର : ଅଗଷ୍ଟ ୧୪ କୁ ଅଖଣ୍ଡ ଭାରତ ଦିବସ ଭାବେ ପାଳନ।। ଛାତ୍ରଛାତ୍ରୀ ମାନଙ୍କ ବିଶାଳ ତ୍ରିରଙ୍ଗା ଯାତ୍ରା।

0 333

ରାଇରଙ୍ଗପୁର : ୧୪/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଆସନ୍ତାକାଲି ପାଳନ କରାଯାଉଛି ୭୭ତମ ସ୍ବାଧୀନତା ଦିବସ । ଆଜି ୧୪ ଅଗଷ୍ଟ ଅଖଣ୍ଡ ଭାରତ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଂଗଠନ ସଂପାଦକ ଦିବ୍ୟଜ୍ୟୋତି ନନ୍ଦ,ଜିଲ୍ଲା ସହସଂଯୋଜକ ଅଭିମନ୍ୟୁ ପାଲ,ରାଇରଙ୍ଗପୁର ପ୍ରିଟିଙ୍ଗ ପବ୍ଲିକେସନ ପରମେଶ୍ବର ବେହେରା,ରାଇରଙ୍ଗପୁର ନଗର କାର୍ଯ୍ୟକର୍ତ୍ତା ସଚିକାନ୍ତ ବାରିକ,ଜିଲ୍ଲା ବିଭାଗ ଛାତ୍ରୀ ପ୍ରମୁଖ ନମିତା ଗିରି,ରାଇରଙ୍ଗପୁର ସହର ରାଷ୍ଟ୍ରୟ କଳାମଞ୍ଚ ସଂଯୋଜିତା ଶ୍ବେତାପ୍ରଜ୍ଞା ଗିରି,ତାଳଗାଁ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ସଂଗଠନ ସଭାପତି ସିପୁନ ସେଠୀ,ଜାମଦା ସହିଦ ବିର୍ସାମୁଣ୍ଡା କଲେଜର ସଂଗଠନ ସଂପାଦକ ଇପସିତା ବିଶୋଇ ତଥା ନଗର କାର୍ଯ୍ୟକର୍ତ୍ତା ତପସ୍ବିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଶୋଭାଯାତ୍ରାରେ ରାଇରଙ୍ଗପୁର କଲେଜ,ରାଇରଙ୍ଗପୁର ମହିଳା କଲେଜ,ଜାମଦା ସହିଦ ବିର୍ସାମୁଣ୍ଡା କଲେଜ,ତାଳଗାଁ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ,କମଳାଦେବୀ ମେସ,ଶୀତଳ ମେସ,ଜଗନ୍ନାଥ ମେସ ଓ ସାଇ ମେସର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ |
ଶୋଭାଯାତ୍ରାର ଉଦ୍ଦେଶ୍ୟ ଆଜି ୧୪ ଅଗଷ୍ଟ ଅଖଣ୍ଡ ଭାରତ ସ୍ବପ୍ନ ସାରା ଭାରତର ଛାତ୍ରଛାତ୍ରୀ ସ୍ବପ୍ନ ଦେଖୁଛନ୍ତି। ତା ସହିତ ସ୍ବାଧୀନତା ସଂଗ୍ରାମରେ ବହୁ ମହାପୁରୁଷ ନିଜ ଜୀବନ କୁ ବଳିଦାନ କଥାକୁ ମନେ ପକାଇ ଅଢେଇଶହ ପୁଟର ତ୍ରିରଙ୍ଗା ପତକା ଧରି ଚାରି କିଲୋମିଟର ପଦଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରା ସ୍ଥାନୀୟ ରାଇରଙ୍ଗପୁର କଲେଜ ରୁ ବାହାରି ମୁଖ୍ୟ ମାର୍ଗରେ ଥିବା ଦୁର୍ଗାମଣ୍ଡପ ଛକରେ ପହଞ୍ଚିନଥିଲା।

Leave A Reply

Your email address will not be published.