ଶିକ୍ଷୟତ୍ରୀ ନିଖୋଜ ମାମଲା : ମନ୍ତ୍ରୀଙ୍କ ଇସ୍ତଫା ଏବଂ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚା ର ବିକ୍ଷୋଭ । କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ଟିମ ।
ମହଲିଙ୍ଗ ସନସାଇନ ଇଂଲିଶ ମିଡ଼ିଅମ ସ୍କୁଲ ର ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ମାମଲାରେ ସ୍କୁଲ ର ସଭାପତି ଗୋବିନ୍ଦ ସାହୁ ଗିରଫ ହେବାପରେ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେପି । ବୁଧବାର ଦିନ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାଂସଦ ସଂଗୀତା କୁମାରୀ ସିଂହଦେଓ ଙ୍କ ନେତୃତ୍ୱରେ ବଲାଙ୍ଗୀର ଏସ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମନ୍ତ୍ରୀଙ୍କ ଇସ୍ତଫା ଏବଂ ଗିରଫ ଦାବି କରାଯାଇଥିଲା
। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବଲାଙ୍ଗୀର ଏସ ପି ଙ୍କ କାର୍ଯ୍ୟାଳୟ ରେ ଉତ୍ତରାଞ୍ଚଳ ଡ଼ିଆଇଜି ଦୀପକ କୁମାର ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ପକ୍ଷରେ ଗିରଫ ଗୋବିନ୍ଦ ସାହୁ ଙ୍କୁ ଆଜି କୋର୍ଟ ରେ ହାଜର କରାଯାଇଛି । ଏହି ଘଟଣାକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ରାଜ୍ୟପାଳ ଙ୍କୁ ଭେଟି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ବିଜେପି ପକ୍ଷରୁ ଏହି ମାମଲା ର ସି ବି ଆଇ ତଦନ୍ତ ଦାବି କରାଯାଇଛି ।