ପୋଖରୀ ରେ ଓଲଟିଲା ସ୍କୁଲ ବସ । ଜଣେ ବିଦ୍ୟାର୍ଥୀ ମୃତ , ୧୯ ଗୁରୁତର।

0 700

ପୋଖରୀରେ ସ୍କୁଲ ବସ ଓଲଟି ପଡିବାରୁ ଜଣେ ସାତ ବର୍ଷର ବିଦ୍ୟାର୍ଥୀର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ । ବୁଧବାର ସକାଳ ୧୦.୩୦ ମିନିଟ ସମୟରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ଶ୍ରୀକାକୁଲମ ଜିଲାର ଏର୍ଚଲା ପଂଚାୟତର ନିମାଵାଣୀ ପେଟା ନିକଟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସ୍କୁଲ ବସ ଭାରସାମ୍ୟ ହରାଇ ପୋଖରୀ ମଧ୍ୟରେ ଓଲଟି ପଡିଛି।

ସୂଚନା ଅନୁଯାୟୀ ଶ୍ରୀକାକୁଲମ ଜିଲ୍ଲାର କାମାପେଟାରୁ ବିଦ୍ୟାର୍ଥୀଙ୍କୁ ନେଇ ନିମାଵାଣୀ ପେଟା ଫେରୁଥିବା ସ୍କୁଲ ବସ ଭାରସାମ୍ୟ ହରାଇ କୋୟମ ଗ୍ରାମ ନିକଟରେ ଗୋଟିଏ ପୋଖରୀ ମଧ୍ୟକୁ ପଶିଯାଇ ଓଲଟି ପଡିଥିଲା। ଦୁର୍ଘଟଣା ସମୟରେ ମୋଟା ୨୦ ଜଣ ବିଦ୍ୟାର୍ଥୀ ବସରେ ଥିଲେ। ଦୁର୍ଘଟଣା ସ୍ଥଳରେ ଜଣେ ୭ ବର୍ଷର ବିଦ୍ୟାର୍ଥୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୯ ଜଣ ଆହତ ହୋଇଛନ୍ତି ଏମାନଙ୍କ ମଧ୍ୟରେ ୧୧ ଜଣକ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି. ତେବେ ସ୍ଥାନୀୟ ଲୋକମାନେ ପୋଲିସ ପହଞ୍ଚିବା ପୂର୍ବରୁ ବିଦ୍ୟାର୍ଥୀ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କ୍ରେନ ଦ୍ୱାରା ବସଟିକୁ ବାହାରକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ।

Leave A Reply

Your email address will not be published.