ରାଉରକେଲା ରେ ଲଜ୍ଜା । ନାବାଳିକା ଝିଅ କୁ ପିତାର ଦୁଷ୍କର୍ମ ଅଭିଯୋଗ ଅଭିଯୁକ୍ତ ପିତା ଥାନାରେ ଅଟକ ।

0 1,327

ରାଉରକେଲା ରେ ଘଟି ଯାଇଛି ଏକ ଲଜ୍ଜା ଜନକ ଘଟଣା । ଦୀର୍ଘ ଚାରିମାସ ଧରି ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ ଜଣେ ପିତା ତାର ନାବାଳିକା ଝିଅ ସହ ଦୁଷ୍କର୍ମ କରୁଥିବା ଘଟଣା ଲୋକଲୋଚନ କୁ ଆସିବା ପରେ ଏହି ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି ।

ଏ ବାବଦ ରେ ଶିଶୁ ମଙ୍ଗଳ ସମିତି କୁ ସୂଚନା ମିଳିବା ପରେ ଉକ୍ତ ପିଡ଼ିତାଙ୍କୁ
କାଉନସେଲିଂ କରାଯାଇଥିଲା

। ମଙ୍ଗଳବାର ଦିନ ସନ୍ଧ୍ୟାରେ ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ ଏତେଲା ଦିଆଯିବା ପରେ ଅଭିଯୁକ୍ତ ପିତାଙ୍କୁ ଗିରଫ କରି ପୋଲିସ ତଦନ୍ତ କରୁଛି । ପିଡୀତା ନାବାଳିକା ଏବେ ଶିଶୁ ମଙ୍ଗଳ ସମିତି ହେପାଯତ ରେ ଅଛି । ଅଭିଯୁକ୍ତ ର ଆଜି ଡାକ୍ତରୀ ମଇନା ହେବା ସହ ଅନ୍ୟାନ୍ୟ ପରୀକ୍ଷା ଚାଲିଛି ।

Leave A Reply

Your email address will not be published.