ବଣାଇ : ଦିନରେ ଗାଁ ଦାଣ୍ଡରେ ବୁଲିଲେ ଦୁଇଟି ଦନ୍ତା ହାତୀ।। ଲୋକେ ଆତଙ୍କିତ।। ରାଜପଥରେ ବୁଲୁଥିବାରୁ ଯାନ ବହନ ଚଳାଚଳ ପ୍ରଭାବିତ।
ବଣାଇ : ୧୪/୮ (ସତ୍ୟାନ୍ୟୁଜ) ଗାଁ ଦାଣ୍ଡରେ ବୁଲିଲେ ଦନ୍ତା ହାତୀ। ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଉଛନ୍ତି। ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ଦିନେ କିମ୍ବା ଦୁଇଦିନ ନୁହେଁ ୮ଦିନ ହେଲା ବଣାଇ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ଦୁଇଟି ଗୋଠ ଛଡା ଦନ୍ତା ହାତୀ। ଏବେ ଏହି ଦନ୍ତା ହାତୀ ଦୁଇଟି ଡ଼ିଡ଼ି ପାଲି, ତଳିତା, ସାନଗୋଗୁଆ, କେଲ,କଂସର ଆଦି ଅଞ୍ଚଳରେ ଉତ୍ପାତ ଚଳାଇ ଥିବା ବେଳେ ଏକର ଏକର ଧାନ ଫସଲନଷ୍ଟ କରିଦେଇଥିବା ରୁ ଚାଷୀ ଚିନ୍ତା ରେ ଅଛନ୍ତି। ସାନଗୋଗୁଆ, ଦେଓ ପୋଷ ଅଞ୍ଚଳରେ ଘର ଭାଙ୍ଗି ଦେଇଥିବା ଯୋଗୁ ଲୋକେ ଅସୁବିଧାରେ ଅଛନ୍ତି। ହାତୀ କୁ ଘଞ୍ଚ ଜଙ୍ଗଲକୁ ଘଉଡାଇବାକୁ ବନ ବିଭାଗ ପ୍ରୟାସ ଫେଲ୍ ମରିଛି। ସୋମବାର ସକାଳୁ ଏହି ହାତୀ ଦୁଇଟି ଗାଁ ଦାଣ୍ଡରେ ବୁଲୁଥିବା ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ହାତୀ ଦୁଇଟି ବୁଲୁଥିବାରୁ ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।