ଶିମିଳା : ଭୁସ୍ଖଳନ ଯୋଗୁଁ ମନ୍ଦିର ଦବି ଶିମଲା : ୧୪/୮ (ସତ୍ୟାନ୍ୟୁଜ) ହିମାଚଳ ପ୍ରଦେଶରେ ଲ୍ୟାଣ୍ଡ ସ୍ଲାଇଡ଼ ଏବଂ ଫ୍ଲାସ ଫ୍ଲଡ଼ରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଏବଂ ଲ୍ୟାଣ୍ଡ ସ୍ଲାଇଡ଼ ଯୋଗୁ ଶିମଲା ର ଏକ ଶିବ ମନ୍ଦିର ଦବି ଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ହିମାଚଳ ପ୍ରଦେଶରେ ଏବେ ପ୍ରକୃତି ତାଣ୍ଡବ ରଚୁଛି । କେଉଁଠି ଲଗାଣ ବର୍ଷା ତ କେଉଁଠି ବାଦଲ ଫଟା ବର୍ଷା ଯୋଗୁ ପାହାଡ଼ରୁ ଅତଡ଼ା ଖସିବା ସହ ହେଉଛି ଭୁସ୍ଖଳନ । ଫଳରେ ଆଖି ପିଛୁଳାକେ ଚାଲି ଯାଉଛି ବହୁ ଜୀବନ ।ହିମାଚଳ ପ୍ରଦେଶର ସିମଲାରେ ଘଟିଛି ବଡ ଅଘଟଣ । ଭୁସ୍ଖଳନ ହୋଇ ଏକ ମନ୍ଦିର ମାଟି ତଳେ ଦବି ଯାଇଛି। ଫଳରେ ଉକ୍ତ ସମୟରେ ମନ୍ଦିରରେ ଥିବା ୨୫ ଜଣ ମାଟି ତଳେ ଦବି ଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ କେବଳ ୯ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କ ପତ୍ତା ମିଳିନି । ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛିଶ୍ରାବଣ ମାସ ପାଇଁ ସିମଲାର ସମୀର ହିଲ୍ ଅଞ୍ଚଳର ଏକ ଶିବ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଉକ୍ତ ସମୟରେ ପ୍ରବଳ ବର୍ଷା ହେତୁ ମନ୍ଦିରଟି ଦବି ଯାଇଛି। ଉକ୍ତ ସମୟରେ ମନ୍ଦିର ପରିସରରେ ୫୦ ଶ୍ରଦ୍ଧାଳୁ ଥିବା ଜଣାଯାଇଛି। ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ମାଟି ଗଦାରୁ ଉଦ୍ଧାର କରିବା ପାଇଁ ଜୋରସୋରରେ ସର୍ଚ୍ଚ ଅପରେସନ ଚାଲିଛି।ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚଳାଇଥିବା କହିଛନ୍ତି।ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇ ଯୋଗଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ବିଭିନ୍ନ ନଦୀରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗତକାଲି ରାତିରେ ହିମାଚଳ ପ୍ରଦେଶର ସୋଲନ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି। ୯ ଜଣଙ୍କ ମୃତ୍ୟୁ।। ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ।। ୨୪ ଘଣ୍ଟାରେ ୨୨ ଜଣଙ୍କ ମୃତ୍ୟୁ।

0 224

ଶିମଲା : ୧୪/୮ (ସତ୍ୟାନ୍ୟୁଜ) ହିମାଚଳ ପ୍ରଦେଶରେ ଲ୍ୟାଣ୍ଡ ସ୍ଲାଇଡ଼ ଏବଂ ଫ୍ଲାସ ଫ୍ଲଡ଼ରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଏବଂ ଲ୍ୟାଣ୍ଡ ସ୍ଲାଇଡ଼ ଯୋଗୁ ଶିମଲା ର ଏକ ଶିବ ମନ୍ଦିର ଦବି ଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ହିମାଚଳ ପ୍ରଦେଶରେ ଏବେ ପ୍ରକୃତି ତାଣ୍ଡବ ରଚୁଛି । କେଉଁଠି ଲଗାଣ ବର୍ଷା ତ କେଉଁଠି ବାଦଲ ଫଟା ବର୍ଷା ଯୋଗୁ ପାହାଡ଼ରୁ ଅତଡ଼ା ଖସିବା ସହ ହେଉଛି ଭୁସ୍ଖଳନ । ଫଳରେ ଆଖି ପିଛୁଳାକେ ଚାଲି ଯାଉଛି ବହୁ ଜୀବନ ।
ହିମାଚଳ ପ୍ରଦେଶର ସିମଲାରେ ଘଟିଛି ବଡ ଅଘଟଣ । ଭୁସ୍ଖଳନ ହୋଇ ଏକ ମନ୍ଦିର ମାଟି ତଳେ ଦବି ଯାଇଛି। ଫଳରେ ଉକ୍ତ ସମୟରେ ମନ୍ଦିରରେ ଥିବା ୨୫ ଜଣ ମାଟି ତଳେ ଦବି ଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ କେବଳ ୯ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କ ପତ୍ତା ମିଳିନି । ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି
ଶ୍ରାବଣ ମାସ ପାଇଁ ସିମଲାର ସମୀର ହିଲ୍ ଅଞ୍ଚଳର ଏକ ଶିବ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଉକ୍ତ ସମୟରେ ପ୍ରବଳ ବର୍ଷା ହେତୁ ମନ୍ଦିରଟି ଦବି ଯାଇଛି। ଉକ୍ତ ସମୟରେ ମନ୍ଦିର ପରିସରରେ ୫୦ ଶ୍ରଦ୍ଧାଳୁ ଥିବା ଜଣାଯାଇଛି। ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ମାଟି ଗଦାରୁ ଉଦ୍ଧାର କରିବା ପାଇଁ ଜୋରସୋରରେ ସର୍ଚ୍ଚ ଅପରେସନ ଚାଲିଛି।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚଳାଇଥିବା କହିଛନ୍ତି।
ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇ ଯୋଗଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ବିଭିନ୍ନ ନଦୀରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗତକାଲି ରାତିରେ ହିମାଚଳ ପ୍ରଦେଶର ସୋଲନ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.