ସୁନ୍ଦରଗଡ଼ : ୧୩/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ପାଇଁ ଗୌରବ ଆଣିଛନ୍ତି ସୁନ୍ଦରଗଡ଼ ସହରର ବୋହୁ ସୁଜାତା ପଟେଲ । ଦୁବାଇ ଠାରେ ଅନୁଷ୍ଠିତ
ଜେ କେ ଇଣ୍ଡିଆ ଇଣ୍ଟରନେସନାଲ ସୁପର ମଡେଲ ପ୍ରତିଯୋଗିତାରେ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୨୮ ଜଣ ପ୍ରତିଯୋଗୀ ଙ୍କୁ ପଛରେ ପକାଇ ବିଉଟି ପିଜାଣ୍ଟ ଟାଇଟଲ୍ ହାସଲ କରିଛନ୍ତି ସୁଜାତା। ସେ ଜଣେ ସୁଗୃହିଣୀ ହେବା ସାଙ୍ଗକୁ ଜଣେ ସ୍ବାବଲମ୍ବୀ ମହିଳା ମଧ୍ୟ। ତାଙ୍କର ଏହି ସଫଳତା ପାଇଁ ପରିବାର, ବନ୍ଧୁ ଏବଂ ସର୍ବୋପରି ସୁନ୍ଦରଗଡ଼ ବାସୀଙ୍କୁ ସେ ଶ୍ରେୟ ଦେଇଛନ୍ତି।