ରାଉରକେଲା : ଡିଏସପି ପ୍ରଭାତ କୁମାର ବିଶ୍ବାଳ କେନ୍ଦ୍ର ଗୃହ ମନ୍ତ୍ରୀ ପୁରସ୍କାର ମେଡାଲ ପାଇବାକୁ ବିବେଚିତ।। ଉତ୍କୃଷ୍ଟ ତଦନ୍ତ ଯୋଗୁଁ ତାଙ୍କୁ ଏହି ମେଡାଲ ମିଳିଛି।
ରାଉରକେଲା :୧୨/୮ (ସତ୍ୟାନ୍ୟୁଜ) ଡ଼ିଏସପି ପ୍ରଭାତ କୁମାର ବିଶ୍ବାଳ କେନ୍ଦ୍ର ଗୃହ ମନ୍ତ୍ରୀ ପୁରସ୍କାର ମେଡାଲ ୨୦୨୩ ପାଇବାକୁ ବିବେଚିତ ହୋଇଛନ୍ତି। ତଦନ୍ତରେ ଉତ୍କୃଷ୍ଟ ମାନ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ମେଡାଲ ମିଳିଛି। ସେ ଏବେ ଯାଜପୁର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ଅଛନ୍ତି। ଏହା ପୂର୍ବରୁ ସୁନ୍ଦରଗଡ଼ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ଥିଲେ। ସୁନ୍ଦରଗଡ଼ ପୂର୍ବରୁ ଶ୍ରୀ ବିଶ୍ୱାଳ ରାଉରକେଲା ପୋଲିସ ଜିଲ୍ଲାର ବିଭିନ୍ନ ଥାନା ରେ ଇନିସ୍ପେକ୍ଟର ଭାବେ କାର୍ଯ୍ୟ କରିଛନ୍ତି। ୨୦୦୯ ମସିହାରେ ରାଉରକେଲା ପୋଲିସ ଜିଲ୍ଲାରେ ସେ ଯୋଗଦେଇ ବିଶ୍ରା , ସେକ୍ଟର-୧୯ , ଛେଣ୍ଡ ଥାନା ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଡ଼ିଏସପି ବିଶ୍ବାଳଙ୍କ ସଠିକ ତଦନ୍ତ ଯୋଗୁଁ ୨୧ ଟି ମାମଲାରେ ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କର କର୍ତ୍ତବ୍ୟନିଷ୍ଠା ଫଳରେ ଜିଲ୍ଲା ଏସପି ଏବଂ ରେଞ୍ଜ ଡ଼ିଆଇଜି ଙ୍କ ଠାରୁ ବହୁବାର ପ୍ରଶଂସା ପତ୍ର ମଧ୍ୟ ପାଇଛନ୍ତି। ପୋଲିସ ସେବା ବ୍ୟତୀତ ସେ ଖେଳ କୁଦ ଏବଂ ଯୋଗାଭ୍ୟାସ ଆଦିରେ ମଧ୍ୟ ବିଶେଷ ରୁଚି ରଖନ୍ତି।