ଆନନ୍ଦପୁର : ପଞ୍ଚଭୂତରେ ବିଲୀନ ହେଲା ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର।। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ।
ରାଉରକେଲା : ୧୨/୮ (ସତ୍ୟାନ୍ୟୁଜ) ପଞ୍ଚଭୂତରେ ବିଲୀନ ହେଲା ସହୀଦ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ବୈତରଣୀ ନଦୀକୂଳରେ ରଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ସିଆରପିଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି। ଓଡିଶା – ଝାରଖଣ୍ଡ – ସୀମାନ୍ତ କୋଲହନ ଜଙ୍ଗଲରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ସହୀଦ ହୋଥିବା ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟି ଆନନ୍ଦପୁରରେ ପହଁଚିବା ପରେ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ। ଜନ୍ମମାଟିରେ ପହଁଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସହୀଦଙ୍କୁ ଶେଷ ସମ୍ମାନ ଜଣାଇବାକୁ ହଜାର ହଜାର ସଂଖ୍ୟାରେ ଲୋକମାନେ ପହଞ୍ଚିଥିଲେ।
ସହିଦ ସୁଶାନ୍ତ ସିଆରପିଏଫ ୬୦ ବାଟାଲିୟନ୍ ର ଯବାନ ଥିଲେ । ତାଙ୍କ ବିବାହ କିଛିଦିନ ପୂର୍ବରୁ ହୋଇଥିଲା। ତାଙ୍କର ପିତା ଏବଂ ଦୁଇ ଭାଇଙ୍କ ମୃତ୍ୟୁ ପୂର୍ବରୁ ହୋଇ ଯାଇଥିବା ବେଳେ ମା ଶଯ୍ୟାଶାୟୀ ଅଛନ୍ତି। ଗତକାଲି ଝାରଖଣ୍ଡରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ସୁଶାନ୍ତ ସହୀଦ ହୋଇଥିଲେ।