ବଣାଇ : ଦାବି ପୂରଣ ନହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନ ଚେତାବନୀ।। ପିନ୍ଧିଥିବା କଳା ବ୍ୟାଚ ଅଗଷ୍ଟ ୧୫ରେ ଖୋଲି ଦେବେ।

0 378

ବଣାଇ : ୧୨/୮ (ସତ୍ୟାନ୍ୟୁଜ) ଦୁଇ ଦଫା ଦାବି ନେଇ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ୭ ତାରିଖରୁ କଳା ବ୍ୟାଚ ପରିଧାନ କରି ଆସୁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ସରକାର ତାଙ୍କ କଥା ଶୁଣୁ ନଥିବା ରୁ ଆଜି ଏକ ସାମ୍ବାଦିକ ସମିଳନୀରେ ସଙ୍ଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଅଗଷ୍ଟ ୧୫ ତାରିଖ ଦିନ ସ୍ଵାଧୀନତା ଦିବସ ଥିବାରୁ କଳା ବ୍ୟାଚ ଖୋଲି ଦେବାକୁ କହିଛନ୍ତି ସଙ୍ଘ କର୍ମକର୍ତ୍ତା। ଏହାପରେ ସରକାର ତାଙ୍କ ଦାବି ପୂରଣ ନକଲେ ଆସନ୍ତା ୧୮ ତାରିଖରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁହାଯାଇଛି। ଦାବି ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା +୨ରୁ +୩ କରାଯିବା , ଦରମା ୫ ହଜାର ରୁ ୯ହଜାର କରାଯିବା, ଓ ପି ଆର ଏସ କ୍ୟାଡରରେ ଅନ୍ତର୍ଭୁକ୍ତ କରାଯିବା ଆଦି ଅନ୍ତର୍ଭୁକ୍ତ।

Leave A Reply

Your email address will not be published.