ଆନନ୍ଦପୁର/କେଉଁଝର : ସିଆରପିଏଫ ଯବାନ ସହୀଦ ସୁଶାନ୍ତଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଁଚିଲା।। ଶେଷ ଦର୍ଶନ ପାଇଁ ଆନନ୍ଦପୁରରେ ଜନସମୁଦ୍ର।
ରାଉରକେଲା : ୧୨/୮ (ସତ୍ୟାନ୍ୟୁଜ) ଓଡିଶା – ଝାରଖଣ୍ଡ ସୀମାନ୍ତ କୋଲହନ ଜଙ୍ଗଲରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ସହୀଦ ହୋଥିବା ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟି ଆନନ୍ଦପୁରରେ ପହଁଚିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର ଆଜି ଜନ୍ମମାଟି ବୈତରଣୀ ନଦୀ କୂଳରେ ହେବ। ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଁଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସହୀଦଙ୍କୁ ଶେଷ ସମ୍ମାନ ଜଣାଇବାକୁ ହଜାର ହଜାର ସଂଖ୍ୟାରେ ଲୋକମାନେ ପହଞ୍ଚିଛନ୍ତି।
ସହିଦ ସୁଶାନ୍ତ ସିଆରପିଏଫ ୬୦ ବାଟାଲିୟନ୍ ର ଯବାନ ଥିଲେ । ତାଙ୍କ ବିବାହ କିଛିଦିନ ପୂର୍ବରୁ ହୋଇଥିଲା। ତାଙ୍କର ପିତା ଏବଂ ଦୁଇ ଭାଇଙ୍କ ମୃତ୍ୟୁ ପୂର୍ବରୁ ହୋଇ ଯାଇଥିବା ବେଳେ ମା ଶଯ୍ୟାଶାୟୀ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଝାଡଖଣ୍ଡ ର ପଶ୍ଚିମ ସିଂହଭୂମ ଗୋଏଲକେରା ଅଞ୍ଚଳର କୋଲହନ ଜଙ୍ଗଲ ରେ ପୋଲିସ ଏବଂ ସିଆରପିଏଫ ପକ୍ଷରୁ ଚାଲିଥିଲା କମ୍ବିଂ ଅପରେସନ । ନକ୍ସଲ ମାନଙ୍କ ସହ ଗୁଳି ବିନିମୟରେ ଦୁଇଜଣ ଯବାନ ଆହତ ହୋଇଥିଲେ। ଉଭୟଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ର ଇଣ୍ଡିକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ସେଠାରେ ମୃତ୍ୟୁ ହୋଇଥିଲା। ଏହା ପରେ ପରେ ସରଣ୍ଡା ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି