ରାଉରକେଲା : ମୁଟିୟାର ଅଫ ରାଉରକେଲା ପକ୍ଷରୁ ‘ତିଆନ ଦା ମେଳା’ କଯ୍ୟକ୍ରମ ଅନୁଷ୍ଠିତ।। ନୃତ୍ୟ , ସଙ୍ଗୀତ ସହ ବିଭିନ୍ନକାର୍ଯ୍ୟକ୍ରମ ଅୟୋଜିତ।
ରାଉରକେଲା : ୧୨/୮ (ସତ୍ୟାନ୍ୟୁଜ) ରାଉରକେଲା ମୁଟିୟାର ପକ୍ଷରୁ ତିଆନ ଦା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହରର ସେଣ୍ଟ୍ରାଲ ପାର୍କ ହୋଟେଲରେ ଅୟୋଜିତ ଏହି ମେଳାରେ ପଞ୍ଜାବୀ ସମ୍ପ୍ରଦାୟର ମହିଳା ମାନେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ମହିଳା ମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ମେଳାର ଅୟୋଜନ କରାଯାଇ ଥାଏ। ଯୁବତୀ ଏବଂ ମହିଳା ମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ସମର୍ପିତ ହୋଇଥାଏ। ତିଆନ ମେଳା ଉପଲକ୍ଷେ ମହିଳା ମାନଙ୍କ ମଧ୍ୟରେ ମୁଟିୟାର କୁଇନ , ମେହେନ୍ଦୀ , ଢୋଲ୍ , ଭାଙ୍ଗଡା ଆଦି ପ୍ରତିଯୋଗିତା ଅୟୋଜିତ ହୋଇଥିଲା। ବିଭିନ୍ନ ଆୟୁ ବର୍ଗର ମହିଳା ମାନଙ୍କ ସଙ୍ଗୀତ ଏବଂ ନୃତ୍ୟ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ ରାଉରକେଲା କୁଇନସ୍ ର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ।
ତିଆନ ଦା ମେଳା କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ରାନୀ ଛାବ୍ରା , କିରଣ ପ୍ରୀତ୍ ଆରୋଡା , ପୂଜା ଆରୋଡା , ରୁବି
ଚାୱାଲା , ରିନା ଛାବ୍ରା , କବଲ ଛାବ୍ରା , ପିଙ୍କି ଛାବ୍ରା , ସୋନିଆ ବୁଧରାଜା , ଶିଲା ବୁଧରାଜା , ପରମିତ୍ ଛାବ୍ରା , ବଲଜିତ ଉମିଶା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।