ରାଉରକେଲା : ମୁଟିୟାର ଅଫ ରାଉରକେଲା ପକ୍ଷରୁ ‘ତିଆନ ଦା ମେଳା’ କଯ୍ୟକ୍ରମ ଅନୁଷ୍ଠିତ।। ନୃତ୍ୟ , ସଙ୍ଗୀତ ସହ ବିଭିନ୍ନକାର୍ଯ୍ୟକ୍ରମ ଅୟୋଜିତ।
ରାଉରକେଲା : ୧୨/୮ (ସତ୍ୟାନ୍ୟୁଜ) ରାଉରକେଲା ମୁଟିୟାର ପକ୍ଷରୁ ତିଆନ ଦା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହରର ସେଣ୍ଟ୍ରାଲ ପାର୍କ ହୋଟେଲରେ ଅୟୋଜିତ ଏହି ମେଳାରେ ପଞ୍ଜାବୀ ସମ୍ପ୍ରଦାୟର ମହିଳା ମାନେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ତିଆନ ମେଳା ଉପଲକ୍ଷେ ମହିଳା ମାନଙ୍କ ମଧ୍ୟରେ ମୁଟିୟାର କୁଇନ , ମେହେନ୍ଦୀ , ଢୋଲ୍ , ଭାଙ୍ଗଡା ଆଦି ପ୍ରତିଯୋଗିତା ଅୟୋଜିତ ହୋଇଥିଲା। ବିଭିନ୍ନ ଆୟୁ ବର୍ଗର ମହିଳା ମାନଙ୍କ ସଙ୍ଗୀତ ଏବଂ ନୃତ୍ୟ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା।