ବଣାଇ : ପୁଅର କାଠ ଫାଳିଆ ମାଡରେ ବାପାରମୃତ୍ୟୁ।। ଅଭିଯୁକ୍ତ ପୁଅ ଗିରଫ ।

0 432

ବଣାଇ : ୧୨/୮ (ସତ୍ୟାନ୍ୟୁଜ) ରାଗ କେତେ ଭୟଙ୍କର ରୂପ ନିଏ ତା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ କୁମୁଡି ଗ୍ରାମରେ। ଘରୋଇ କଳିକୁ କେନ୍ଦ୍ରକରି ପୁଅ ପିଟି ପିଟି ହତ୍ୟା କରିଛି ନିଜ ଜନ୍ମ କଲା ବାପାକୁ। କୁମୁଡ଼ି ଗ୍ରାମର ଟିକେଶ୍ବର କାଲୋଙ୍କ ସାନ ପୁଅ ସଞ୍ଜୟଙ୍କ ସହ ଘରୋଇ ସମସ୍ୟା କୁ ନେଇ ଝଗଡା ହୋଇଥିଲା । କୌଣସି କାରଣରୁ ଉତକ୍ଷିପ୍ତ ହୋଇ ପୁଅ ସଞ୍ଜୟ ଘରେ ଥିବା ଏକ କାଠ ଫାଳିଆରେ ବାପାକୁ ପିଟି ଥିଲା। ଫଳରେ ଘଟଣା ସ୍ଥଳରେ ବାପା ର ମୃତ୍ୟୁ ହୋଉ ଯାଇଥିଲା। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମହୁଲପଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।

Leave A Reply

Your email address will not be published.