ମୟୂରଭଞ୍ଜ : ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଦୁଇଦିନିଆ ଜିଲ୍ଲା ଗସ୍ତ।।୯ଟି ଜନ ଅଭିଯୋଗ ଶୁଣାଣୀରେ ଯୋଗ ଦେବେ।

0 358

ମୟୁରଭଞ୍ଜ : ୧୨/୮ ( ସତ୍ୟାନ୍ୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ଓଡ଼ିଶା ସରକାରଙ୍କ ‘୫-ଟି’ ସଚିବ ଭିକେ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି। ୨ଦିନରେ ସେ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତକରିବା କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ପଣ୍ଡିଆନ ଜନଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ସମସ୍ୟା ଶୁଣିବେ । ଆଜି ପୂର୍ବାହ୍ନ ୧୦ଟାରେ ହେଲିକପ୍ଟର ଯୋଗେ କରଞ୍ଜିଆ ସ୍ଵୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅବତରଣ କରିବା ପରେ ଜନଅଭିଯୋଗ ଶୁଣାଣି କରିଥିଲେ । ତାସହିତ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହାବିଦ୍ୟାଳୟ କୁ ୫-ଟିରେ ସାମିଲ କରିଥିବା ଘଷଣା କରିଥିଲେ। ସେହି ପରି ଭୀମକୁଣ୍ଡକୁ ଏକ ପର୍ଯ୍ୟଟନ ସ୍ଥଳି ଘଷଣା କରିବା ସହ ୨୦ କୋଟି ଏବଂ ଖିଚିଂ ମନ୍ଦିର ପାଇ ୧୦ କୋଟି ଅନୁଦାନ ଘଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ କରଞ୍ଜିଆ ରେ ୧୦ ହଜାରରୁ ଉର୍ଦ୍ଧ ମହିଳା ଏବଂ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା।
ଏହା ପରେ ସେଠାରୁ ବାହାରି ୧୧ଟା ୧୫ ମିନିଟରେ ଯଶିପୁର ମିନି ଷ୍ଟାଡିୟମ ଜନ ଅଭିଯୋଗ ଶୁଣିଥିଲେ। ୧୨ଟା ୧୫ରେ ରାଇରଙ୍ଗପୁରସ୍ଥିତ ମହୁଲଡିହା ପଡ଼ିଆରେ ଓହ୍ଲାଇ ଅନୁରୂପ ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇଥିଲେ ।

ସେହିପରି ଅପରାହ୍ନ ୩ଟା ୫ରେ ବିଶୋଇ ମିନି ଷ୍ଟାଡିୟମରେ ପହଞ୍ଚି ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ୪ଟା ୨୦ରେ ବାରିପଦା ଛଉ ପଡ଼ିଆରେ ପହଁଞ୍ଚି ଥିଲେ । ସେଠାରେ ଉପସ୍ଥିତ ଜନସାଧାରଣଙ୍କ ଅଭିଯୋଗ ଶୁଣିଲା ପରେ ସର୍କିଟ ହାଉସରେ ରାତ୍ରି ଯାପନ କରିବା କାର୍ଯ୍ୟକ୍ରମ ରହିଛି । ଶନିବାର ସକାଳେ ଜିଲ୍ଲାପରିଷଦ କ୍ୟାମ୍ପସରେ ଥିବା ମିଶନଶକ୍ତି କାଫେରେ ପହଞ୍ଚି ପ୍ରଥମେ ଭାବବିନିମୟ ସାରି ୯ଟା ୩୦ମିନିଟରେ ବାଙ୍ଗରିପୋଷି ବ୍ଲକ କଳାବାଡିଆ ଫୁଟବଲ ପଡ଼ିଆ ଓ ୧୦ଟା ୪୫ରେ ମୋରଡା ସ୍ଥିତ ଇଞ୍ଜନିୟରିଂ କଲେଜ ପଡିଆରେ ଜନଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବେ। ୧୨ଟାରେ ବାହାରି ବାରିପଦା ଛଉ ପଡ଼ିଆରେ ମିଶନ ଶକ୍ତି ମହିଳାମାନଙ୍କ ବିଶାଳ ସମାବେଶରେ ଯୋଗଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ୨ଟା ୩୦ରେ ବଡସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା ନିକଟ ଖୁଣ୍ଟାପୁର ଓ ୩ଟା ୪୫ରେ ଉଦଳା ହାଇସ୍କୁଲ ପଡ଼ିଆରେ ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ନିର୍ବାଚନ ମଣ୍ଡଳୀସ୍ତରୀୟ ଜନଅଭିଯୋଗ ଶୁଣାଣିରେ ସମସ୍ତ ପଞ୍ଚାୟତରୁ ଯୋଗଦେଇଥିବା ଜନସାଧାଣଙ୍କ ଠାରୁ ସେ ଅଭିଯୋଗପତ୍ର ଗ୍ରହଣ କରି ସମ୍ବୋଧୂତ କରିବେ । ଜନସାଧାରଣଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ସେଗୁଡିକର ସମାଧାନ ଖୁବ ଶୀଘ୍ର ହେବ। ସମସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ଏସପି ବି ଗଙ୍ଗାଧର ସମସ୍ତ ସ୍ଥାନ ଗସ୍ତ କରି ଅଧୀନସ୍ଥ ଅଧିକାରୀଙ୍କ ସହିତ ପସ୍ତୁତି ଶେଷ କରିଛନ୍ତି ।

Leave A Reply

Your email address will not be published.